୯୯ରେ ଅଣନିଶ୍ୱାସୀ ପାକିସ୍ତାନ ! ମାଞ୍ଚେଷ୍ଟରରେ ମେଡେନ ସହ ଦେବାଶିଷ ମହାନ୍ତିଙ୍କ ଦବଦବା

କାଲି ଖେଳାଯିବ ଭାରତ -ପାକିସ୍ତାନ ମ୍ୟାଚ

229

କନକ ବ୍ୟୁରୋ : କାଲି ଖେଳାଯିବ ଭାରତ -ପାକିସ୍ତାନ ମ୍ୟାଚ । ହେଲେ ଆଜିଠାରୁ ହିଁ ଦେଶର ବିଭିନ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଜାଗ୍ରତ ହେଲାଣି ଉତ୍ସାହ । କାରଣ ଆମେ ଯଦି ୧୯୯୨ ମସିହାରୁ ନଜର ପକାଇବା ତେବେ ଭାରତ ସାମନାରେ ପାକିସ୍ତାନ କେବେ ବି ତିଷ୍ଠି ପାରିନାହିଁ । ତେଣୁ ପୁଣି ଥରେ ଭାରତ ପାକିସ୍ତାନକୁ ଧୂଳି ଚଟାଇବାର ଅପେକ୍ଷାରେ ଦର୍ଶକ । ଏପରି ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଅପେକ୍ଷା ରହିଛି କ୍ରିକେଟ ପ୍ରେମୀଙ୍କର ।

ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ବକପରେ ଏହି ମ୍ୟାଚରେ ଭାରତର ବିଜୟ ଧାରା ଜାରି ରହିଥିଲା। ସୁପର ସିକ୍ସ ପର୍ଯ୍ୟାୟରେ ଦୁଇ ଦଳଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ଆଝାରୁଦ୍ଦିନ୍ ଟସ୍ ଜିତି ବ୍ୟାଟି˚ କରିଥିଲେ। ଧୀମା ପିଚରେ ସଚିନଙ୍କ ସହ ସଦାଗୋପନ୍ ରମେଶ ବ୍ୟାଟି˚ ଆରମ୍ଭ କରିଥିଲେ। ସଚିନ୍ ୪୫ ଓ ରମେଶ ୨୦ ରନ୍ କରି ଆଉଟ ହେବା ପରେ ମଧ୍ୟକ୍ରମରେ ରାହୁଲ ଦ୍ରାଭିଡ୍ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। ଦ୍ରାଭିଡ୍ ୬୧, ଆଝାରୁଦ୍ଦିନ୍ ୫୯ ରନ୍ ସହାୟତାରେ ଭାରତ ୬ ୱିକେଟ ବିନିମୟରେ ୨୨୭ ରନ୍ ସ˚ଗ୍ରହ କରିପାରିଥିଲା।

ଵାସିମ୍ ଆକ୍ରମ ଓ ଆଝାର ମେହେମୁଦ୍ ଦୁଇଟି ଲେଖାଏଁ ୱିକେଟ ପାଇଥିଲେ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିୟମିତ ହାରରେ ୱିକେଟ ହରାଇବାରୁ ପାକିସ୍ତାନ ୧୮୦ ରନରେ ସୀମିତ ରହିଥିଲା। ଇଞ୍ଜାମାମ ଉଲ ହକ୍ ସର୍ବାଧିକ ୪୧, ସୟଦ ଅନଵର ୩୬, ମୋଇନ୍ ଖାନ୍ ୩୪ ରନ୍ ଯୋଗ କରିଥିଲେ। ବିଜୟୀ ଦଳର ଭେଙ୍କଟେଶ ପ୍ରସାଦ ୫ ଵିକେଟ ସଫଳତା ପାଇବା ସହ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଦେବାଶିଷ ମହାନ୍ତି ଏହି ମ୍ୟାଚରେ ଖେଳିଥିଲାବେଳେ ୧୦ ଓଭରରେ ୨ ମେଡେନ୍ ସହ ୩୧ ରନ୍ ବ୍ୟୟ କରି ପ୍ରଭାବୀ ରହିଥିଲେ।