ଇମ୍ରାନଙ୍କର ଲାହୋର ସୌକଥ ଖାନୁମ ହସପିଟାଲରେ ଚାଲିଛି ଚିକିତ୍ସା । ଦୁଇ ଗୋଡରେ ରହିଛି ୧୬ ଟି କ୍ଷତ

285

କନକ ବ୍ୟୁରୋ : ସୁସ୍ଥ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗୁରୁବାର ୱାଜିରାବାଦରେ ଗୁଳିମାଡର ଶିକାର ହେବା ପରେ ଇମ୍ରାନଙ୍କୁ ତୁରନ୍ତ ଲାହୋର ସୌକଥ ଖାନୁମ ହସପିଟାଲରେ ଭର୍ତି କରାଯାଇଥିଲା । ହସପିଟାଲ ପକ୍ଷରୁ ତାଙ୍କର ମେଡିକାଲ ବୁଲେଟିନ ଜାରି କରାଯାଇଛି ଆଉ କୁହାଯାଇଛି ।

ବେଲୁଚିସ୍ତାନ, ପେଶାୱରରେ ପିଟିଆଇ କର୍ମୀଙ୍କମାନେ ପ୍ରଦର୍ଶନ କରୁଛନ୍ତି । ସେନାକାର୍ଯ୍ୟାଳୟ ଜୋରଦାର ବିକ୍ଷୋଭ କରାଯାଇଛି । ସେପଟେ ଆକ୍ରମଣ ପଛରେ ତିନି ଜଣଙ୍କ ହାତ ଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ, ପିଟିଆଇ ଅଭିଯୋଗ କରିଛି । ପିଟିଆଇର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏହି ଗୁଳିକାଣ୍ଡ ପଛରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନଉଲ୍ଲାହା ଓ ଜଣେ ଆର୍ମି ଜେନେରାଲ ମିଆଁ ଅସଲାମ ଇକବାଲ ଥିବା ପିଟିଆଇ ଅଭିଯୋଗ କରିଛି । ଏହାସହ ଏହି ତିନି ଜଣ ତୁରନ୍ତ ନିଜ ପଦ ଛାଡ଼ନ୍ତୁ ବୋଲି ଇମ୍ରାନଙ୍କ ଦଳ ଦାବି କରିଛି ।

ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଇସଲାମାବାଦରେ ଲକଡାଉନ ଘୋଷଣା କରିଛନ୍ତି ସାହାବାଜ । ଲକ୍ଡାଉନ ସମୟରେ ଔଷଧ, ଡାକ୍ତରୀ ଚିକିତ୍ସା ପାଇଁ ବାହାରକୁ ବାହାରିବା, ପାନୀୟ ଜଳ ଯୋଗାଣ ଓ ଜରୁରୀ କାଳୀନ ସେବା ଅବ୍ୟାହତ ରହିବ । ତେଣୁ ତା ପୂର୍ବରୁ ରାସନରୁ ନେଇ ମେଡିସିନ୍ ଆଦି ସଂଗ୍ରହ କରିନେବାକୁ କୁହାଯାଇଛି । ସେହିଭଳି ନିଜ ନିଜ ଏରିଆ ଗୁଡିକରେ ଏହି ଆଦେଶ ଲାଗୁ କରିବାକୁ ଆଇସିଟି ଇସଲାମାବାଦର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପାକିସ୍ତାନର ପଂଜାବ ପ୍ରଦେଶର ୱାଜିରାବାଦରେ ଇମ୍ରାନ ଯେତେବେଳେ ସରକାରଙ୍କ ବିରୋଧରେ ଆଜାଦୀ ମାର୍ଚ୍ଚ କରୁଥିଲେ ସେତେବେଳେ ତାଙ୍କୁ କଂଟେନରକୁ ଗୁଳିମାଡ ହୋଇଥିଲା । କେହି କିଛି ବୁଝିବା ଆଗରୁ ଇମ୍ରାନଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡିଥିଲା । ସେପଟେ ଆତତାୟୀକୁ ଜଣେ ଯୁବକ କାବୁ କରିବା ଫଳରେ ବଡ ଧରଣର ମୃତାହତ ଘଟଣା ଟଳିଯାଇଥିଲା ।