ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

6,595

କନକ ବ୍ୟୁରୋ : ରାଜ୍ୟରେ ଆଗକୁ ଆସୁଛି ବଡ ବର୍ଷା । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି । ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଖାଲି ସେତିକି ନୁହେଁ ସହରରେ ପାଣି ଜମିଲେ ଟ୍ରାଫିକ ସମସ୍ୟା ଉପୁଜିପାରେ । ଗାଡି ଚଳାଚଳ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣିପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିଲେ ତୁରନ୍ତ ନିଷ୍କାସନ ପାଇଁ କୁହାଯାଇଛି । ସେହିପରି ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ । ବର୍ଷା ପାଣି ଯେମିତି ନ ଜମେ ତୁରନ୍ତ ଡ୍ରେନ ସଫା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।