ବ୍ରଜରାଜନଗର ଉପନିର୍ବାଚନ । ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ । ୩ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

104

କନକ ବ୍ୟୁରୋ : ବ୍ରଜରାଜନଗରରେ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ରାଧାରଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବା ସହ ୩ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଦାଦନ ସମସ୍ୟା, ଆୟୁଷ୍ମାନ ଓ ପିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି , ୨୨ ବର୍ଷ ବର୍ଷ ପରେ ବ ରାଜ୍ୟର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଯୋଜନାକୁ ସରକାର କାହିଁକି ଲାଗୁ କରୁନାହାନ୍ତି । ରାଜ୍ୟରେ ପିସି ନଦେଲେ କାମ ହେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମହାନଦୀ ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ୫ ବର୍ଷ ତଳେ ଯେଉଁମାନେ ଏ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେମାନେ ଏବେ ଚୁପ କାହିଁକି । ବିଜେଡି ଏ ନେଇ ଏବେ ଆଉ ମୁହଁ ଖୋଲୁନାହିଁ । ପଡୋଶୀ ଛତିଶଗଡରେ କଂଗ୍ରେସ ସରକାର ଥିଲେ ମଧ୍ୟ କଂଗ୍ରେସ ସରକାର କାହିଁକି ଏହି ପ୍ରସଙ୍ଗ ଉଠାଉନାହିଁ ।