ଯଦି ଆପଣ ଟଙ୍କା ଉଠାଇବା ପାଇଁ ଆପଣଙ୍କ ଏଟିଏମ କାର୍ଡ ଏବଂ ପିନ ନମ୍ବର କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଦେଉଛନ୍ତି ତେବେ ସାବଧାନ । ଏପରି କରିବା ଦ୍ୱାରା ଆପଣ ଆପଣଙ୍କ ସମସ୍ତ ଟଙ୍କା ହରାଇପାରନ୍ତି । ଠିକ ଏହିଭଳି ଏକ ଘଟଣା ଘଟିଛି ବାଙ୍ଗାଲୋରର ଜଣେ ମହିଳାଙ୍କ ସହ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡେବିଟ କାର୍ଡ ଏବଂ ପିନ ନମ୍ବର ଦେଇଥିଲେ । କିନ୍ତୁ ମହିଳାଙ୍କୁ ଏଟିଏମ କାର୍ଡ ଦେବା ମହଙ୍ଗା ପଡିଥିଲା । ମହିଳାଙ୍କୁ ତାଙ୍କ ଆକାଉଣ୍ଟରୁ ୨୫୦୦୦ ଟଙ୍କା ହରାଇବାକୁ ପଡିଥିଲା । ଏବଂ ଏହି ଟଙ୍କା ପାଇବା ପାଇଁ ତାଙ୍କୁ ସାଢେ ତିନି ବର୍ଷ ସଂଘର୍ଷ କରିବାକୁ ପଡିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବାଙ୍ଗାଲୋରର ମରାଠାହଲ୍ଲୀ ଅଞ୍ଚଳରେ ରହୁଥିବା ବନ୍ଦନା ନାମକ ଜଣେ ମହିଳା ନଭେମ୍ବର ୧୪ ତାରିଖ ୨୦୧୩ରେ ସ୍ୱାମୀ ରାଜେନ୍ଦ୍ରଙ୍କୁ ଟଙ୍କା ଉଠାଇବା ପାଇଁ ନିଜର ଏଟିଏମ କାର୍ଡ ଏବଂ ପିନକୋର୍ଡ ଦେଇଥିଲେ । ସ୍ୱାମୀ ଟଙ୍କା ଉଠାଇବା ପାଇଁ ଏଟିଏମ ଯାଇ ଏଟିଏମକୁ ସ୍ୱାଇପ କରିଥିଲେ । ସ୍ୱାଇପ୍ କରିବାର ତୁରନ୍ତ ବାଦ ଏଟିଏମରୁ ଏକ ମନିରିସିପ୍ଟ ବାହାରିଥିଲା । ଯେଉଁଥିରେ ଆକାଉଣ୍ଟ ଖାତାରୁ ଟଙ୍କା କଟିଥିବା କଥା ଉଲ୍ଲେଖ ଥିଲା । କିନ୍ତୁ ଏଟିଏମରୁ କୌଣସି ଟଙ୍କା ବାହାରିନଥିଲା । ଟଙ୍କା ନବାହାରି ଟ୍ରାଞ୍ଜାକସନ ହୋଇଥିବା ଦେଖି ରାଜେସ ତୁରନ୍ତ ଏସବିଆଇ କଲସେଣ୍ଟରକୁ ଫୋନ କରି ପୁରା ଘଟଣା ବିଷୟରେ ଜଣାଇଥିଲେ । ପରେ ଏସବିଆଇ କର୍ମକର୍ତ୍ତା ଯାଞ୍ଚ କରି ଏହା ଏକ ଏଟିଏମର ଫଲ୍ଟ ଥିଲା ବୋଲି ରାଜେସଙ୍କୁ ଜଣାଇଥିଲେ ଏବଂ ୨୪ ଘଣ୍ଟା ମଧ୍ୟରେ କଟିଯାଇଥିବା ଟଙ୍କା ଖାତାକୁ ପୂନର୍ବାର ଫେରିଆସିବ ବୋଲି ଆଶ୍ୱସନା ମଧ୍ୟ ଦେଇଥିଲେ । ୨୪ ଘଣ୍ଟା ବିତିଯିବା ପରେ ମଧ୍ୟ ଟଙ୍କା ଖାତାକୁ ନଫେରିବାରୁ ରାଜେସ ଏସବିଆଇ ବ୍ରାଞ୍ଚରେ ଏକ ଅଭିଯୋଗ କରିଥିଲେ । କିନ୍ତୁ ଏସବିଆଇ ଏହି ଅଭିଯୋଗକୁ ଖାରଜ କରି କହିଥିଲେ ଆପଣଙ୍କର ହୋଇଥିବା ଟ୍ରାଞ୍ଜାକସନ ସଠିକ ଅଟେ ଏବଂ ଉପଭୋକ୍ତା ଏଟିଏମରୁ ଟଙ୍କା ଉଠାଇଛନ୍ତି । ଏହା ପରେ ରାଜେସ ଏଟିଏମର ସିସିଟିଭି ଫୁଟେଜ ନେଇ ଏସବିଆଇକୁ ଦେଖାଇଥିଲେ, ଯେଉଁଥିରେ ସଫା ସଫା ପ୍ରମାଣ ହୋଇଥିଲା କି ଏଟିଏମରୁ ଟଙ୍କା ବାହାରିନାହିଁ । ଏହା ଦେଖିବା ପରେ ମଧ୍ୟ ଏସବିଆଇ ପୀଡିତଙ୍କୁ ଏଣୁତେଣୁ କଥା କହି ଫାଙ୍କି ଦେଇଥିଲେ ।
ଅକ୍ଟୋବର ୨୧ ତାରିଖ ୨୦୧୪ରେ ବନ୍ଦନା ଏହି ଘଟଣାକୁ ନେଇ ଉପଭୋକ୍ତା ଫୋରମର ଦ୍ୱାରସ୍ତ ହୋଇଥିଲେ । ସେଠାରେ ମହିଳା ଜଣକ ଏହି ଘଟଣା ବିଷୟ ଉପରେ ଏକ ଅଭିଯୋଗ କରି ନ୍ୟାୟ ପ୍ରାର୍ଥନା କରିଥିଲେ । କୋର୍ଟରେ ଏହି ମାମଲା ପ୍ରାୟ ସାଢେ ତିନିବର୍ଷ ଚାଲିଥିଲା । କିନ୍ତୁ ମେଁ ୨୯ ତାରିଖ ୨୦୧୮ରେ କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ବଂଦନା ଟଙ୍କା ଉଠାଇବା ପାଇଁ ସେଲ୍ଫ ଚେକ କିମ୍ବା ଆଧାର ପତ୍ର ଦେଇ ତାଙ୍କ ସ୍ୱାମୀଙ୍କୁ ପଠାଇବା ଉଚିତ ଥିଲା । କୋର୍ଟ ଏହିଭଳି ଭାବରେ ମାମଲାର ଶୁଣାଣି କରି ମାମଲାକୁ ରଫାଦଫା କରିଥିଲେ ।