ଟ୍ରାଫିକ୍ ପୋଲିସଙ୍କ ମାନବିକତା। ରାସ୍ତା ମଝିରେ ସିପିଆର ଦେଇ ଯୁବକଙ୍କୁ ବଞ୍ଚାଇଲେ ଟ୍ରାଫିକ୍ କନଷ୍ଟେବଳ ରାଜଶେଖର।

153

କନକ ବ୍ୟୁରୋ: ରାସ୍ତାରେ ଯାଉଥିବା ବେଳେ ଯୁବକଙ୍କୁ ହଠାତ୍ ଆସିଲା ହୃଦଘାତ । ରାସ୍ତା ଉପରେ ହିଁ ମୁର୍ଚ୍ଛା ହୋଇଗଲେ । ହେଲେ ଟ୍ରାଫିକ୍ ପୋଲିସଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚି ଯାଇଛି ଯୁବକଙ୍କ ଜୀବନ । ତେଲେଙ୍ଗାନାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସମୟର ଭିଡିଓଟି ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ୍ ହୃଦଘାତ ଆସିଥିଲା ଏବଂ ସେ ରାସ୍ତାରେ ଟଳିପଡିଥିଲେ । ଏହାଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଟ୍ରାଫିକ୍ କନଷ୍ଟେବଳ ତୁରନ୍ତ ଯୁବକଙ୍କୁ ସିପିଆର ଦେଇଥିଲେ । ତାଙ୍କ ପାଟିରେ ମୁହଁବାଟେ ପବନ ଦେବା ସହ ବାରମ୍ବାର ଯୁବକଙ୍କ ଛାତିକୁ ଚାପିଥିଲେ । ଏଭଳି କରିବା ଫଳରେ ଯୁବକଙ୍କ ହୋସ୍ ଫେରିଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ଆବଶ୍ୟକ ସମୟରେ ପୋଲିସ କନଷ୍ଟେବଳଙ୍କ ସିପିଆର ଯୋଗୁଁ ହୃଦଘାତରୁ ବର୍ତି ଯାଇଛି ଯୁବକଙ୍କ ଜୀବନ । ଏବେ ତାଙ୍କର ଚିକିତ୍ସା ଡାକ୍ତରଖାନାରେ ଚାଲିଛି । ଟ୍ରାଫିକ ପୋଲିସଙ୍କ ଉପସ୍ଥିତ ବୃଦ୍ଧି ବଳରେ ବ୍ୟକ୍ତି ଜଣକ ଜୀବନ ରକ୍ଷା ପାଇଛନ୍ତି । ଏନେଇ ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ଟ୍ରାଫିକ ପୋଲିସ କର୍ମଚାରୀ ରାଜଶେଖରଙ୍କ ପ୍ରଂଶସା କରିଛି ।