ସିଙ୍ଗଡା ଖାଉଛନ୍ତି କି ? ସାବଧାନ, ଦେଖାଦେଇପାରେ ସାଂଘାତିକ ସମସ୍ୟା

93

ପ୍ରତିଦିନ ସଂଧ୍ୟାରେ ସମସ୍ତେ କିଛି ନା କିଛି ସ୍ନାକ୍ସ ଖାଇବାକୁ ଭଲ ପାଇଥାନ୍ତି । ବିଶେଷ କରି ସଂଧ୍ୟାରେ ଯଦି ଚା ସହିତ ସିଙ୍ଗଡ଼ା ମିଳିଯାଏ, ତେବେ ସ୍ନାକ୍ସର ମଜା ନିଆରା ହୋଇଯାଏ । କାରଣ ସଂଧ୍ୟା ସମୟରେ ଅନେକ ଲୋକ ସିଙ୍ଗଡ଼ା ଖାଇବାକୁ ଖୁବ ଭଲ ପାଆନ୍ତି । ଯଦିଓ ଏହାର ସ୍ୱାଦ କିଛି ଭିନ୍ନ ତେବେ ତାହାକୁ ଖାଇବା ପୂର୍ବରୁ ତାହା ବିଷୟରେ କେତେକ କଥା ଜାଣିବା ଦରକାର । କାରଣ ଆପଣ ଖାଉଥିବା ସିଙ୍ଗଡ଼ା ସ୍ୱାଦିଷ୍ଟ ସହିତ କ୍ଷତିକାରକ ମଧ୍ୟ । ତେବେ ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆସନ୍ତୁ ଜାଣି ରଖିବା କିଛି ସାଧାରଣ କଥା ।

original_1486709915119_wfi1jxb1pcs24vqs38frସିଙ୍ଗଡ଼ାର ଉପର ଭାଗ ସମ୍ପୂର୍ଣ୍ଣ ଭାବେ ମଇଦାରେ ତିଆରି ହୋଇଥାଏ, ଯାହା ସଂପୂର୍ଣ୍ଣ ଭାବରେ ରିଫାଇନଡ । ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କୌଣସି ଲାଭ ମିଳି ନଥାଏ । ଏହା ଦ୍ୱାରା ଶରୀରର ଓଜନରେ ବୃଦ୍ଧି ହୋଇଥାଏ । କେବଳ ଏତିକି ନୁହେଁ ବ୍ଲଡ ସୁଗାର ଜନିତ ସମସ୍ୟା ଏବଂ ହାର୍ଟରେ ମଧ୍ୟ ଅସୁବିଧା ଦେଖାଯାଏ ।

ମଇଦାରେ ଏଭଳି ଏକ ରାସାୟନିକ ପଦାର୍ଥ ମିଶିଥାଏ, ଯାହା ଏହାକୁ ନରମ କରିଥାଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଏହା ଦ୍ୱାରା ମଧୁମେହ ରୋଗ ହେବାର ସମ୍ଭାବନା ରହିଥାଏ । ଏହା ବ୍ୟତୀତ ସିଙ୍ଗଡ଼ାର ଉପରି ଭାଗରେ ଲହୁଣୀ ଅଂଶ ଅଧିକ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ । ସିଙ୍ଗଡା ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରିକି ଶରୀରର ମୋଟାପଣକୁ ବୃଦ୍ଧି କରିଥାଏ । ଯାହା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି କରିଥାଏ ।

main-qimg-ead0f1e00d1a01c8cd4c87c37545c0ea-cସିଙ୍ଗଡାକୁ ବାରମ୍ବାର ଡିପ ଫ୍ରାଏଡ କରାଯାଇଥାଏ । ଗ୍ରାହକଙ୍କୁ ଗରମାଗରମ ସିଙ୍ଗଡା ପରଷିବା ପାଇଁ ଏହାକୁ ବାରମ୍ବାର ତେଲରେ ଛଣାଯାଇଥାଏ । ଡିପ ଫ୍ରାଏଡ ହୋଇଥିବା ଖାଦ୍ୟ ଫ୍ୟାଟ ବଢାଇଥାଏ ଏବଂ ଅଳ୍ପ ଖାଇଲେ ପେଟ ପୂରିଯାଏ । ବିଶେଷ କରି ସିଙ୍ଗଡ଼ା କମ ଖାଇଲେ ପେଟ ପୂରିଯାଏ । ତେଣୁ ଡାକ୍ତର ଏଭଳି ଖାଦ୍ୟ ଖାଇବାକୁ ମନା କରିଥାନ୍ତି । ଏହା ସହିତ ସିଙ୍ଗଡ଼ାର ଉପର ସ୍ତରରେ କେବଳ ଲୁଣ ମିଶି ନଥାଏ ବରଂ ତହା ମଧ୍ୟରେ ଥିବା ପୂରରେ ମଧ୍ୟ ଲୁଣ ମିଶିଥାଏ । ଆମେ ସମସ୍ତେ ଜାଣୁ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୬ କିମ୍ବା ୭ ଗ୍ରାମରୁ ଅଧି୍କ ଲୁଣ ଖାଇବା ଅନୁଚିତ । ତେଣୁ ସିଙ୍ଗଡ଼ାରେ ଉପର ଏବଂ ମଧ୍ୟ ଭାଗରେ ଲୁଣ ମିଶି ରହିଥାଏ, ଯାହା ସ୍ୱାସ୍ଥ୍ୟ ପ୍ରତି ସଂପୂର୍ଣ୍ଣ କ୍ଷତିକାରକ । ଯାହା ଦ୍ୱାରା ଶରୀରରେ ଜଳ ଧାରଣା କ୍ଷମତା ବଢି ଯାଇଥାଏ,ଆଖି ଓଦା ରହେ, ନିଦ ଠିକ ଭାବରେ ହୁଏନାହିଁ ଏବଂ ତ୍ୱଚା ଖରାପ ହେବାଭଳି ସମସ୍ୟା ଦେଖା ଯାଇଥାଏ ।
ଏହା ବ୍ୟତୀତ ଏଥିରେ କାର୍ବୋହାଇଡ୍ରେଟର ପରିମାଣ ସବୁଠାରୁ ଅଧିକ । ଯାହା ଆମ ଡାଏଟର ପ୍ରତିବନ୍ଧକ । ସିଙ୍ଗଡାର ପୂରରେ ବ୍ୟବହାର ହେଉଥିବା ଆଳୁ ମଧ୍ୟ ଶରୀର ପାଇଁ ଅଧିକ କ୍ଷତିକାରକ । ଏହାକୁ ଅଧିକ ସମୟ ଛଣା ଯାଉଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ଶରୀର ପାଇଁ ଲାଭବାନ ହୋଇ ନଥିବାରୁ ଡାଏଟରେ ଡାକ୍ତର ଏହା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି ।