କନକ ବ୍ୟୁରୋ: ଭାଙ୍ଗିଲା ଶାସନ କେନାଲ ବନ୍ଧ । ତାଲବଠାରେ ମହାନଦୀର ଶାସନ କେନାଲର ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ପ୍ରାୟ ୧୦ଫୁଟ ଓସାରର ଘାଇ ହୋଇଛି । ଫଳରେ କେନାଲ ତଳି ଅଂଚଳରେ ପାଣି ମାଡି ଯାଇଛିି । ପାଣି ମାଡି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଖବର ପାଇ ସ୍ଥିତି ପରଖିଛନ୍ତି ସମ୍ବଲପୁର ସଦର ତହସିଲଦାର ଏବଂ ମୁଖ୍ୟ କେନାଲରେ ପାଣି ବନ୍ଦ କରିବାକୁ ହୀରାକୁଦ୍ ଡ୍ୟାମ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଆଜି ଭୋର୍ ସମୟରେ ତାଲବ ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରୁ ବାହାରି ଥିବା ସାଶନ କେନାଲର ବନ୍ଧ ଭାଙ୍ଗି ଘାଇ ହୋଇଯିବାରୁ ସେ ଅଞ୍ଚଳରେ ଥିବା ଶହ ଶହ ଏକର ଜମିରେ ପାଣି ସହ ବାଲି ଚରି ଯାଇଛି । ଜଳଭଣ୍ଡାରରୁ କେନାଲ ବାହରିଥିବା ସ୍ଥାନ ଠାରୁ ପ୍ରାୟ ଅଧ କିଲୋମିଟର ଦୂରସ୍ଥ ବିଲବସପୁର ଗାଁ’ପାଖ ଆଉଟଲେଟ୍ ପାଖାପାଖି କେନାଲର ବାମ ପାର୍ଶ୍ୱ ବନ୍ଧରେ ଘାଇ ହୋଇଛି । ବନ୍ଧର ଭାଙ୍ଗି ଯାଇଥିବା ଅଂଶ ପ୍ରାୟ ୫୦ ରୁ ୬୦ ଫୁଟ୍ ହେବ । ଘାଇ ହେବା ସମୟରେ କେନାଲରେ ପୂର୍ଣ୍ଣ କ୍ଷମତା ଅର୍ଥାତ୍ ୬୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ଫଳରେ ବିଲବସପୁର ଏବଂ ତାଲବ ଗାଁ ଆଖପାଖରେ ଥିବା ଚାଷ ଜମିରେ ପାଣି ଓ ବାଲି ମାଡ଼ି ଯାଇ ସେଥିରେ ଥିବା ଦାଳୁଅ ତଳି ଓ ପନିପରିବା ନଷ୍ଟ ହୋଇ ଯାଇଛି ।
ତେବେ ବଡ କଥା ହେଲା କି, ସେହି ସ୍ଥାନରେ ପ୍ରାୟ ୨ ବର୍ଷ ତଳେ ମରାମତି କାର୍ଯ୍ୟ ହୋଇଥିଲା । କେନାଲର ଉକ୍ତ ସ୍ଥାନରେ ଦୁଇ ତିନି ଦିନ ତଳେ ପାଣି ଲିକ୍ କରୁଥିବାରୁ ମାଟି ପକା ଯାଉଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେନାଲରୁ ଘାଇ ବାଟେ ପାଣି ବାହାରି ତଳେ ଥିବା ପୋଲରେ ପ୍ରବେଶ କରି ଦକ୍ଷିଣ ପଟେ ପାଣି ଖୁବ୍ ଜୋରରେ ପ୍ରବାହିତ ହେଉଛି । ଗେଟ୍ ବନ୍ଦ କରିବାକୁ ଡ୍ୟାମ୍ କର୍ମଚାରୀମାନଙ୍କ ପାଖକୁ ଖବର ପଠାଯିବା ସେମାନେ ଘଟଣାସ୍ଥଳରେ ପହଞ୍ଚୁଛନ୍ତି ।