ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଖୋଳତାଡ ଆରମ୍ଭ : ଘଟଣାସ୍ଥଳରେ ପହଂଚିଲେ ଏନଆଇଏ ଟିମ୍

29

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଆଜି ଠାରୁ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପହଂଚିଛନ୍ତି ଏନଆଇଏ ଟିମ୍ । ତଦନ୍ତକାରୀ ଅଫିସର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଆନ୍ଧ୍ରର ସିଆଇଡି ଡିଜି କୁନେରୁ ଷ୍ଟେସନ ନିକଟରେ ପହଂଛି ଛାନଭିନ୍ କରୁଛନ୍ତି । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ବେସାମରୀକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥିବା ରେଲବାଇ ସେଫଟି କମିଶନର କରିବେ ।

ସିକନ୍ଦରାବାଦ ଦକ୍ଷିଣ କେନ୍ଦ୍ର ରେଳବାଇର ସେଫଟି କମିଶନର ରାମ କ୍ରିପାଲ ଯାଦବ ତଦନ୍ତ କରିବେ । ସେହିପରି ଆସନ୍ତାକାଲି ବିଶାଖପାଟଣା ଡିଆରଏମ କାର୍ଯ୍ୟାଳୟରେ ଶୁଣାଣି ହେବ । ଏଥିରେ ଯେକୌଣସି ବ୍ୟକ୍ତି ସାକ୍ଷ୍ୟ ଦେଇପାରିବେ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ୫୦ରୁ ଅଧିକ ଯାତ୍ରୀ ମେଡିକାଲରେ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୧୫ ଯାତ୍ରୀ ଘରକୁ ଫେରିଛନ୍ତି । ଗୁରୁତର ୪୦ ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି । ୧୯ ଗୁରୁତର ରାୟଗଡା ସରକାରୀ ଚିକିତ୍ସାଳୟ, ୧୨ଜଣ ପାର୍ବତିପୁରମ ମେଡିକାଲ ଓ ୯ ଜଣ ବିଶାଖାପାଟଣାର କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ