ଝାରସୁଗୁଡାରେ ଜମୁଛି ପ୍ରଚାର ମୈଦାନ : ସକାଳୁ ସକାଳୁ ଚା’ ଖଟିରେ ଜମୁଛି ପ୍ରଚାର

137

କନକ ବ୍ୟୁରୋ : ନିର୍ବାଚନୀ କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ସକାଳୁ ସକାଳୁ ଚା’ ଖଟିରେ ଜମୁଛି ରାଜନୈତିକ ଚର୍ଚ୍ଚା । ନିର୍ବାଚନ ସମୟ ପାଖରେ ଆସୁଥିବାରୁ ଲୋକଙ୍କ ମଧ୍ୟରେ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଚା’ ଖଟିରେ ନେତାମାନେ ମଧ୍ୟ ପହଞ୍ଚି ପ୍ରଚାର କରୁଛନ୍ତି । ସେପଟେ ଝାରସୁଗୁଡ଼ାରେ ତିନି ପ୍ରମୁଖ ଦଳର ବରିଷ୍ଠ ନେତା ଡେରା ପକାଇଛନ୍ତି । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗି ପଡ଼ିଛନ୍ତି ସମସ୍ତେ । ଡୋର ଟୁ ଡୋର କ୍ୟାମ୍ପେନିଂ ସହ ରାଲି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ।