‘ମୁଁ ବି ମୁଖ୍ୟମନ୍ତ୍ରୀ ଇଚ୍ଛୁକ’, କେନ୍ଦ୍ରମନ୍ତ୍ରୀଙ୍କ ବୟାନରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ

702

କନକ ବ୍ୟୁରୋ: କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାରୀତା ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛୁକ । ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏଭଳି କହିବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଅଠାୱଲେ ଏନସିପି ପ୍ରମୁଖ ଶରଦ ପୱାରଙ୍କୁ ରାଷ୍ଟ୍ରୀୟ ଜନତାନ୍ତ୍ରୀକ ଗଠବନ୍ଧନ (ଏନଡିଏ)ରେ ଦାମିଲ ହେବାକୁ ଅଫର ଦେଇଥିବା ଜଣାପଡିଛି ।

ଅଠାୱଲେ ମହାରାଷ୍ଟ୍ର ସାଙ୍ଗଲିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ‘ଆଜିକାଲି ମସସ୍ତେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ହେଲେ ଏହା ସେତେବେଳେ ସମ୍ଭବ ଯେବେ କାହା ପାଖରେ ବହୁମତ ଥିବ । ମୁଁ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଯଦି ମୋ ବାବଦରେ ଏଭଳି କୌଣସି ଚର୍ଚ୍ଚା ହେଉଥାଏ ତାହେଲେ ମୁଁ ଏଥିପାଇଁ ପ୍ରସ୍ତୁତ । କିନ୍ତୁ ବର୍ତ୍ତମାନ ସମୟରେ ଆମ ସରକାର ସ୍ଥିର ଅଛି ଏବଂ ଏକନାଥ ସିନ୍ଦେ ଭଲ ଭାବେ ମହାରାଷ୍ଟ୍ରରେ କାମ କରୁଛନ୍ତି । ସେ ଦିନକୁ ୧୬ରୁ ୧୮ ଘଣ୍ଟା କାମ କରୁଛନ୍ତି । ସେ ପ୍ରକୃତରେ ଜଣେ କୁଶଳୀ ମୁଖ୍ୟମନ୍ତ୍ରୀ’ ।

ଏହାସହ ସେ ଶରଦ ପୱାରଙ୍କୁ ମଧ୍ୟ ଦଳକୁ ନିୟନ୍ତ୍ରଣ ଜଣାଇଛନ୍ତି । କହିଛନ୍ତି ‘ ଶରଦ ପୱାର ଜଣେ ଅଭିଜ୍ଞ ରାଜନେତା । ତାଙ୍କ ଭଳି ଅନୁଭବୀ ବ୍ୟକ୍ତିଙ୍କୁ ଏନଡିଏକୁ ଆସିବା ଉଚିତ । ଏହି ପ୍ରସ୍ତାବ ଉପରେ ପୱାର ବିଚାର କରିବାକୁ ଅନୁରୋଧ କରିଛନ୍ତି ଅଠାୱଲେ ।