ଓବିସି ସଂରକ୍ଷଣ ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନା କଲେ ଓଡିଶା ହାଇକୋର୍ଟ; କଂଗ୍ରେସର ଆବେଦନ ଖାରଜ

53

କନକ ବ୍ୟୁରୋ : ଓଡିଶା ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଫଳରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେବା ପ୍ରସଙ୍ଗରେ ବିରୋଧ କରି ହାଇକୋର୍ଟ ଯାଇଥିଲା ରାଜ୍ୟ କଂଗ୍ରେସ । ହେଲେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଜାନୁଆରୀ ୨୧ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

ଏଭଳି ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରିହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ନିର୍ବାଚନ ଶେଷହେବା ପରେ ଆବେଦନକାରୀ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର । ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲା ରାଜ୍ୟ କଂଗ୍ରେସ ।