ଅନୁଗୁଳ ଆମ୍ବପାଳ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା ଅଭିଯୋଗ।

267

କନକ ବ୍ୟୁରୋ: ମାଓବାଦୀଙ୍କ ଭଳି ବର୍ବରକାଣ୍ଡ । ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା । ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଦୁର୍ବୃତ୍ତମାନେ ଏଭଳି ଜଘନ୍ୟ କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଂଜେକସନ ଦେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସବୁଠାରୁ ବଡ କଥା ହେଲା ହତ୍ୟା ପରେ ମାଓବାଦୀଙ୍କ ଭଳି ଏକ ହାତଲେଖା ଚିଠି ଛାଡିଯାଇଛନ୍ତି । ଦେଖନ୍ତୁଏହି ଚିଠି କୁ । ଚିଠିରେ ଲେଖାଯାଇଛି ଗାଁ ପାଇଁ ସହିଦ ହୋଇଯାଅ । ମନାକଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖରେ ଥିବା ଟାର୍ଗେଟ୍ ପୂରଣ ହୋଇଛି । ଏନେଇ ମୃତ ବାଳକୃଷ୍ଣଙ୍କ ପୁଅ ଥାନାରେ ଅଭିଯୋଗ କରବା ପରେ ପୁଲିସ ସାଇଟଫିକ୍ ଟିମ ଜରିଆରେ ଛାନଭିନ ଆରମ୍ଭ କରିଛି । ଘଟଣାରେ ସ୍ଥାନୀୟ ଲୋକେ ହତବାକ ହୋଇଯାଇଛନ୍ତି।

ବାଳକୃଷ୍ଣ ନାୟକ ଆମ୍ବପାଲି ଗାଁର ଗାଁ ସଭାପତି ଦାୟିତ୍ୱ ତୁଲାଉଥିଲେ । ସବୁଦିନ ଭଳି ରାତିରେ ନିକଟରେ ଥିବା ତାଙ୍କ କୁକୁଡା ଫାର୍ମକୁ ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଘରକୁ ଟଳମଳ ହୋଇ ଆସି ପରିବାର ଲୋକଙ୍କୁ କହିଥିଲେ, କିଛି ମୁଖାପିନ୍ଧା ଯୁବକ ମାଡ ମାରି ଦୁଇଟି ଇଞ୍ଜେକସନ ଦେବା ସହ କିଛି ତରଳ ପଦାର୍ଥ ପିଆଇଦେଇଛନ୍ତି । ଏହାପରେ ସେ ଅଚେତ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ କଟକ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଚିଠି ସହ କିଛି ସିରିଞ୍ଜ ଓ ବୋତଲ ଜବତ ହୋଇଛି ।

ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିର ଜଣାପଡୁଛି, ନିଶାଶକ୍ତ ଅବସ୍ଥାରେ ଆସି ଦୃର୍ବୃତମାନେ ଏଭଳି କାଣ୍ଡ କରିଛନ୍ତି । ପ୍ରଶ୍ନ ଉଠୁଛି
-ଘଟଣାପଛର କାରଣ କଣ ଓ କିଏ ସମ୍ପୃକ୍ତ?
-ହତ୍ୟା ପଛରେ ପୂର୍ବଶତ୍ରୁତା ହୋଇଥାଇପାରେ କି ?
-ଦୁଇବର୍ଷ ତଳେ ବାଳକୃଷ୍ଣଙ୍କ କୁକୁଡା ଫାର୍ମରେ କେହି ନିଆଁ ଲଗାଇଦେଇଥିଲେ
-ପୂର୍ବ ଘଟଣାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଛି କି?
-ବ୍ୟକ୍ତିଗତ କି ରାଜନୈତିକ ଶତ୍ରୁତା ଥିଲା କି?