ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ଘଟଣା ! ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ ପରେ ରିମାଣ୍ଡରେ ନେଲା ପୁଲିସ

36

କନକ ବ୍ୟୁରୋ : ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ଆଉ ୫ଜଣଙ୍କୁ ଗିରଫ କଲା ପୋଲିସ୍ । ଏହି ମାମଲାରେ ପୂର୍ବରୁ ୮ଜଣଙ୍କୁ ଗିରଫ କରାଯାଇଥିଲା । ଲକ୍ଷ୍ମୀଦତଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ସଂଖ୍ୟା ୧୩ରେ ପହଁଚିଛି । ଗିରଫ ପରେ ଅଭିଯୁକ୍ତମାନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଆଶିସ୍ ସିଂ । ଏସପି କହିଛନ୍ତି ଏହି ମାମଲାରେ ସମ୍ପୃକ୍ତି ନେଇ ଆଉ ୨ଜଣଙ୍କୁ ଚିହ୍ନଟ କରାଯାଇଛି । ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ । ପୂର୍ବ ଶତ୍ରୁତା ଓ କଲେଜ ନିର୍ବାଚନକୁ ନେଇ ଗତ ୧୬ ତରିଖ ଦିନ ଲକ୍ଷ୍ମୀଦତଙ୍କୁ ତାଙ୍କ ଘରେ ପଶି ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ ।