ଇତିହାସ ରଚିଲା ଭାରତୀୟ ନୌସେନା । ପ୍ରଥମ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ହେଲେ ସାମିଲ

49

କନକ ବ୍ୟୁରୋ : ଇତିହାସ ରଚିଲା ଭାରତୀୟ ନୌସେନାବାହିନୀ । ଭାରତୀୟ ନୌସେନାରେ ସାମିଲେ ହେଲେ ମହିଳା । ବହୁ ବର୍ଷ ହେଲା ପୁରୁଷମାନଙ୍କର ଗଡ ଥିବା ଭାରତୀୟ ନୌସେନାରେ ପ୍ରଥମଥର ପାଇଁ ମହିଳା ପାଇଲଟ ସାମିଲ ହୋଇଛନ୍ତି । । ନାଭାଲ ଆର୍ମାମେଂଟ ଇନସପେକସନ ବା ଏନଏଆଇ ଶାଖାରେ ସାମିଲ ହୋଇଛନ୍ତି ମହିଳା ।

ଗତ ବୁଧବାର ଦିନ କାନପୁରର ଏଜ୍ଜିମାଲାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଥମ ମହିଳା ପାଇଲଟ ଓ ମହିଳା ଅଧିକାରୀଙ୍କ ପ୍ରଥମବ୍ୟାଚର ପ୍ରଶିକ୍ଷଣରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ନୌସେନାରେ ସମିଲ କରାଯାଇଛି । ୩୨୮ ଜଣ କ୍ୟାଡେଟଙ୍କୁ ଭାରତୀୟ ନୈାସେନା, ଜଣଙ୍କୁ ଭାରତୀୟ ତଙ୍କରକ୍ଷୀ ବାହିନୀ, ମାଲଦ୍ୱୀପ ଓ ତାଂଜାନିଆରେ ଜଣେ ଲେଖାଏଁ ମହିଳା କ୍ୟାଡେଟଙ୍କୁ ନିଯୁକ୍ତି ମିଳିଛି ।  ଏହା କେବଳ ଏକ ରୋମାଂଚକର ସୁଯୋଗ ନୁହେଁ, ଏହା ବଡ ଦାୟିତ୍ୱ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବରେଲିର ମହିଳା ଯିଏ କି ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ଯୋଗଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ଡୁଣ୍ଡିଗଲ ଏୟାର ଫୋର୍ସ ଏକାଡେମୀରେ ସେ ଏବେ ପାଇଲଟ ଟ୍ରେନିଂ ନେବେ ।

ଭାରତୀୟ ନୈାସେନା ଇତିହାସରେ ପ୍ରଥମ ଥର ପାଇଁ ଏନଏଆଇ ଶାଖାରେ ଅଫିସର ଭାବେ ନିଯୁକ୍ତି ଦେବା ଭାରତୀୟ ମହିଳାଙ୍କ ପାଇଁ ବଡ ମାନ୍ୟତା । ଏହା କହିଛନ୍ତି ପ୍ରଥମ ଥର ନୌସେନାରେ ସାମିଲ ହୋଇଥିବା ଆସ୍ଥା ସେହଗଲ, ରୂପା ଏ ଓ ଶକ୍ତିମାୟା. ଏସ । ଅଧିକରୁ ଅଧିକ ମହିଳା ନିରାପତ୍ତାବାହିନୀରେ ଯୋଗଦେବାକୁ ଆଗ୍ରହୀ ଅଛନ୍ତି । ଏମାନଙ୍କ ସଫଳତା ଅନ୍ୟ ମହିଳାଙ୍କୁ ଅନୁପ୍ରାଣିତ କରିବ । ଯଦିଓ ୧୯୯୧ ମସିହାରୁୁ ଭାରତୀୟ ନୌସେନାରେ ମହିଳା ଅଧିକାରୀ ଭାବେ ଯୋଗଦେଲେଣି କିନ୍ତୁ ବର୍ତ୍ତମାନ ନୌସେନାର ବିଭିନ୍ନ କ୍ଷେତ୍ରରେ ଏବେ ମହିଳାଙ୍କୁ ସାମିଲ କରାଯାଉଛି ବୋଲି କହିଛନ୍ତି ନାଭାଲ ଷ୍ଟାଫ ଆଡମିରାଲ ସୁନୀଲ ଲାନବା ।