ଚିନ୍ତା ବଢ଼ାଇଲା ଏଚ୩ଏନ୨ ଭାଇରସ : ସତର୍କ ହେଲା ଜନସ୍ୱାସ୍ଥ୍ୟ ବିଭାଗ; ଥଣ୍ଡା, କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ

123

କନକ ବ୍ୟୁରୋ : ଚିନ୍ତା ବଢାଇଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡ଼ିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି ।  ସର୍ଭିଲେନ୍ସ ବଢାଇବା ସହିତ ଅକ୍ସିଜେନ୍ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି ।

ସେପଟେ ଇନଫ୍ଲୁଏନଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଏଥିରେ ଜ୍ୱର କାଶ କିଛି ଦିନ ରହିବ । ଏହା ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡନୀ, ହାର୍ଟ ଓ ଶ୍ୱାସ ରୋଗୀ । ଏହି ସବୁର ଲକ୍ଷଣ ଦେଖାଗଲେ ଆଇସୋ ଲେଟ କରିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି । ସେହିଭଳି ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।