ଏପ୍ରିଲରେ ଜିଏସଟି ଆଦାୟରେ ସର୍ବାଧିକ ରେକର୍ଡ : ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗୃହୀତ

136

କନକ ବ୍ୟୁରୋ : ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସଟି ଆଦାୟରେ ଇତିହାସ ସୃଷ୍ଟି ହୋଇଛି । ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୭ ହଜାର କୋଟିରେ ପହଞ୍ଚିଛି । ଗତ ବର୍ଷ ଏପ୍ରିଲ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୬୮ ହଜାର କୋଟି ରହିଥିଲା । ୨୦୨୩ ଏପ୍ରିଲରେ ଏହି ସଂଗ୍ରହ ପରିମାଣ ୧୯ ହଜାର ୪୯୫ କୋଟି ଟଙ୍କା ଅଧିକ ରହିଛି ।

୨୦୨୩ ଏପ୍ରିଲର ଜିଏସଟି ରାଜସ୍ୱ ବାର୍ଷିକ ବର୍ଷ ଭିତରେ ବିଗତ ବର୍ଷଠାରୁ ୧୨ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ଘରୋଇ କାରବାର ଗତବର୍ଷଠାରୁ ୧୬ ପ୍ରତିଶତ ଅଧିକ ଥିଲା । ପ୍ରଥମ ଥର ପାଇଁ ମୋଟ୍ ଜିଏସଟି ସଂଗ୍ରହ ୧ ଲକ୍ଷ ୭୫ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଛି । ୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ୍ ଏପ୍ରିଲ ୨୦ ତାରିଖରେ ସର୍ବାଧିକ ୬୮ ହଜାର ୨୨୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି ।