ଚେକବୁକ୍ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପକାଇବେ ମୋଦି ସରକାର ! ଅଚଳ ହୋଇଯିବ ସବୁ ଚେକବୁକ୍

39

ଦେଶରେ କ୍ୟାସଲେସ୍ ଟାନଜାକ୍ସନ୍ ଓ କଳାଧନ କାରବାର ଉପରେ ଲଗାମ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୋଟବନ୍ଦୀର ନିଷ୍ପତ୍ତି ନେଇଥିଲେ । ନୋଟବନ୍ଦୀରେ ମୋଦି ସରକାର କେତେ ସଫଳ ହୋଇଛନ୍ତି ଆଉ କେତେ ବିଫଳ ହୋଇଛନ୍ତି, ତା’ର କିଛି ସଠିକ୍ ନିର୍ଣ୍ଣୟ ହୋଇପାରି ନାହିଁ । ନୋଟବନ୍ଦୀକୁ ନେଇ ଏବେ ବି ବରୋଧରୁ ସ୍ୱର ଶୁଣିବା ପାଇଁ ମିଳୁଛି । ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଡିଜିଟାଲ ଟାନଜାକ୍ସନକୁ ଉତ୍ସାହିତ କରବା ପାଇଁ ଦେଶରୁୁ ଚେକବୁକ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

ଅଖିଳ ଭାରତୀୟ ବ୍ୟପାରୀ ସଂଘର ଦାବି ଅନୁସାରେ କେନ୍ଦ୍ର ସରକାର ଚେକବୁକ୍ ବ୍ୟବସ୍ଥାକୁ ଶେଷ କରିବା ପାଇଁ ନିଷ୍ପତ୍ତିତି ଶୁଣାଇ ପାରନ୍ତି । ବତ୍ତର୍ମାନ ସରକାର କେଡ଼ିଟ କାର୍ଡ଼ ଓ ଡେବିଟ୍ କାର୍ଡ଼ର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଡିଜିଟାଲ୍ କାରବାରକୁ ସୁଚାରୁରୂପେ ଚଳାଇବା ପାଇଁ ଖୁବ୍ ଶୀଘ୍ର ଚେକବୁକ୍ ସୁବିଧାକୁ ଶେଷ କରିପାରନ୍ତି ସରକାର । ନୋଟବନ୍ଦୀ ଘୋଷଣା କରିବା ପୂର୍ବରୁ ସରକାର ପାଖାପାଖି ୨୫ ହଜାର କୋଟି ଟଙ୍କା ଛପାଇଥିଲେ ଓ ୬ ହଜାର କୋଟି ଏହାର ସୁରକ୍ଷା ଉପରେ ଖର୍ଚ୍ଚ କରିଥିଲେ । ଏହି ଖର୍ଚ୍ଚକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅର୍ଥବ୍ୟବସ୍ଥାକୁ କ୍ୟାସଲେସରେ ପରିବର୍ତ୍ତନ କରିବା ପାଇଁ ଚାହାନ୍ତି ।

ଚେକବୁକ୍ ବ୍ୟାନ୍ କରିବା ଦ୍ୱାରା କ’ଣ ଲାଭ ହେବ ?
ପ୍ରାୟ ବ୍ୟବସାୟୀମାନେ ଚେକ୍ ଜରିଆରେ ନେଣଦେଣ କରନ୍ତି । ବତ୍ତର୍ମାନ ୯୫ ପ୍ରତିଶତ ଟ୍ରାନଜାକ୍ସନ କ୍ୟାସ କିମ୍ବା ଚେକ୍ ଜରିଆରେ ହେଉଛି । ନୋଟବନ୍ଦୀ ପରେ ନଗଦ ନେଣଦେଣ କାରବାର କମ ହୋଇଛି । ଏବଂ ଚେକବୁକର ଉପଯୋଗ ବଢ଼ିଛି । ସରକାର ଚଳିତ ବିତ୍ତ ବର୍ଷର ଶେଷ ପର୍ଯ୍ୟନ୍ତ ଅଧିକରୁ ଅଧିକ ଡିଜିଟାଲ୍ ଟ୍ରାନଜାକ୍ସନ ନେଇ ଟାର୍ଗେଟ ରଖିଛନ୍ତି । ତେବେ ଟାର୍ଗେଟକୁ ପୁରା କରିବା ପାଇଁ ସରକାର ଚେକବୁକ ବ୍ୟାନ କରିବା ପାଇଁ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ତେବେ ଏନେଇ କେନ୍ଦ୍ର ସରକାରଙ୍କୁୁ ବିଭିନ୍ନ ନିୟମ ମାନିବା ପାଇଁ ପଡ଼ିବ ।