ଆଜିଠୁ ଜମିବ ଗୋପାଳପୁର ବେଳାଭୂମି ମହୋତ୍ସବ ! ବଲିଉଡ୍ ସେଲିବ୍ରିଟି,ହିମେଶ ରେସମିଆଁ ଓ ନେହା କକ୍କରଙ୍କ ଗୀତରେ ଝୁମିବେ ଦର୍ଶକ

27

କନକ ବ୍ୟୁରୋ: ଆଜିଠାରୁ ଜମିବ ବ୍ରହ୍ମପୁର ଗୋପାଳପୁରର ବେଳାଭୂମି ମହୋତ୍ସବ । ବଲିଉଡର ବହୁ ନାମୀଦାମୀ କଳାକାରଙ୍କ ଉପସ୍ଥିତିରେ ରଙ୍ଗୀନ ହେବ ମାହୋଲ । ଗୋପାଳପୁରର ବେଳାଭୂମି ମହୋତ୍ସବରେ ଏଥରର ମୁଖ୍ୟ ଆକର୍ଷଣ ହେଉଛନ୍ତି ବଲିଉଡ୍ ଆକ୍ଟର କମ୍ ସିଙ୍ଗର ହିମେଶ ରେଶମିୟା । ସେହିପରି କାଲା ଚଷମା ଫେମ୍ ନେହା କକ୍କର୍ ମଧ୍ୟ ତାଙ୍କର ଯାଦୁ ଦେଖାଇବେ ।

ଇଣ୍ଡିଆନ ଆଇଡ଼ଲ ଫେମ ଅନନ୍ୟା ତାଙ୍କ କଣ୍ଠର ଯାଦୁ ଦେଖାଇବେ । ସେହିପରି ୨୫ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ । ୨୬ ତାରିଖରେ ଏମଜେ ଫାଇଭ ଓ ହାସ୍ୟକଳାକାର ଭିଆଇପି ତାଙ୍କ କଳା ପ୍ରଦର୍ଶନ କରିବେ ।

ସେହିପରି ୨୭ ତାରିଖରେ ନିଜ ମତୁଆଲା କଣ୍ଠରେ ଦର୍ଶକଙ୍କ ମନ ଜିଣିବେ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର୍ । ୨୮ ତାରିଖରେ ଇଣ୍ଡିଆନ ଆଇଡଲ ଫେମ ଏଲଭି ରେଭନ୍ତ ନିଜ ଜଲୱା ଦେଖାଇବେ । ଆଜିଠାରୁ ଆରମ୍ଭ ହେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ୨୮ ତାରିଖ ଯାଏଁ ଚାଲିବ ।