ଗୁଗୁଲର ବଡ ନିଷ୍ପତ୍ତି: ଏହି ସ୍ମାର୍ଟ ଫୋନରେ ମିଳିବନି ପ୍ଲେ ଷ୍ଟୋର

793

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଗୁଗୁଲର ନୂଆ ନିଷ୍ପତ୍ତି । ଏହାପରେ କିଛି ଆଣ୍ଡ୍ରୋଏଡ ଫୋନରୁ ପ୍ଲେଷ୍ଟୋରକୁ ହଟାଯିବ । ଏହାର କାରଣ ହେଉଛି ଗୁଗୁଲ ଦିନକୁ ଦିନ ପୁରୁଣା ହୋଇଆସୁଥିବା ଆଣ୍ଡ୍ରୋଏଡ ଫୋନରୁ ନିଜ ସପୋର୍ଟକୁ ରିମୁଭ କରିଥାଏ । ଚଳିତ ମାସ ଆରମ୍ଭରେ ଗୁଗୁଲ ଆଣ୍ଡ୍ରୋଏଡ ୪.୪ କିଟକାଟରେ ପ୍ଲେ ଷ୍ଟୋରକୁ ହଟାଇବ ।

ଆଣ୍ଡ୍ରୋଏଡ ବର୍ଜନ ସପୋର୍ଟରେ ଫ୍ୟାମିଲିୟର ନାହିଁ ତ କହିରଖିଥାଉ କି ଗୁଗୁଲ ପ୍ଲେ ସର୍ଭିସ ସୋପୋର୍ଟ, ଆଣ୍ଡ୍ରୋଏଡ ବର୍ଜନ ସପୋର୍ଟରୁ ଅଲଗା ହୋଇଥାଏ । ଗୁଗୁଲ ଯଦି ଆଣ୍ଡ୍ରୋଏଡ ବର୍ଜନର ସପୋର୍ଟ ବନ୍ଦ କରିଦେବ, ତେବେ ଏହା ପରେ ବି ଗୁଗୁଲ ପ୍ଲେ ସର୍ଭିସର ସପୋର୍ଟ ଜାରି ରଖିବ । ଏଥିରେ ଫୋନ ନୂଆ ସର୍ଭିସ ସହ ଠିକ ଭାବେ କାମ କରିଥାଏ । ଏଥିରେ ପ୍ଲେ ସର୍ଭିସର ସପୋର୍ଟ ବନ୍ଦ ହେବା ପରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଆଣ୍ଡ୍ରୋଏଡ ୪.୪ କିଟକାଟକୁ ୨୦୧୩ରେ ଲଞ୍ଚ କରାଯାଇଥିଲା । ଏହା ଲଞ୍ଚ ହେବାର ପ୍ରାୟ ୧୦ ବର୍ଷ ହୋଇଗଲାଣି । ୧୦ ବର୍ଷ ପୁରୁଣା ବର୍ଜନରେ ବହୁତ କମ ୟୁଜର୍ସ ଅଛନ୍ତି । ଗୁଗୁଲର କହିବାନୁସାରେ ଏହି ବର୍ଜନରେ କେବଳ ୧ ପ୍ରତିଶତ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ଓ ଟାବଲେଟ କାମ କରୁଛି । ଏଥିପାଇଁ ଏହା ଉପରେ ଗୁଗୁଲ ପ୍ଲେ ସର୍ଭିସର ରିଲିଜ ଦିଆଯିବ ନାହିଁ ।

ଗୁଗୁଲର ସପୋର୍ଟ ବନ୍ଦ ହେବା ପରେ, ଏହି ବର୍ଜନରେ ଚାଲୁଥିବା ଫୋନ ୟୁଜର୍ସଙ୍କୁ ଗୁଗୁଲ ପ୍ଲେ ଷ୍ଟୋରର ସମ୍ବନ୍ଧୀୟ ଅପଡେଟ ମିଳିବ ନାହିଁ । ଅହାପରେ ୪.୪ କିଟକାଟ ୟୁଜର୍ସ କେବଳ ପ୍ଲେ ସର୍ଭିସ ୨୩.୩୦.୯୯ ସହ ରହିଯିବେ ।