ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ କଣ ରହିଛି ନୂଆ ଫିଚର

1,367

କନକ ବ୍ୟୁରୋ : ଆଇଫୋନ୍ ୧୪ ପ୍ରୋ ସିରିଜ୍ ପରି, ‘ଆଇଫୋନ୍ ୧୫ ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯାହା ଦାମିକା ଆଇଫୋନ୍ ୧୪ସିରିଜରେ ମଧ୍ୟ ମିଳୁନାହିଁ ଜ୍ଝ ଏହାର ୮ଟି ନୂଆ ଫିଚର ଯାହା ସେପ୍ଟେମ୍ବରରେ ହେବାକୁ ଥିବା ଆପଲ୍ ଲଞ୍ଚ ଇଭେଣ୍ଟ ପୂର୍ବରୁ ପ୍ରଘଟ ହୋଇଯାଇଛି ।

ସେପ୍ଟେମ୍ବର ମାସରେ ଆପଲ୍ ଏହାର ଲାଟେଷ୍ଟ ଆଇଫୋନ୍ ୧୫ ଲଞ୍ଚ ଇଭେଣ୍ଟ ଆୟୋଜନ କରିବ ବୋଲି କୁହାଯାଉଛି । ଆପଲର ପରମ୍ପରା ଅନୁଯାୟୀ, ସମ୍ଭବତ ଚାରୋଟି ନୂତନ ମଡେଲ୍ ବଜାରକୁ ଛାଡ଼ିବ ଯଥା – ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ୍, ଆଇଫୋନ୍ ୧୫ ପ୍ରୋ ଏବଂ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ।

ଉଲ୍ଲେଖନୀୟ ଅପଗ୍ରେଡ୍ ସହ ନୂତନ ଆଇଫୋନ୍ ୧୫ ପ୍ରୋ ମଡେଲଗୁଡିକ ବଜାରକୁ ଆସିବ ବୋଲି ଜଣାପଡିଛି । ଯେମିତି ତା ନିଜର ପାରମ୍ପରିକ ଚାର୍ଜର ବଦଳରେ ୟୁଏସବି-ସତ ଚାର୍ଜିଙ୍ଗ ପୋର୍ଟ। ଏକ ନୂତନ ଆଡଭାନ୍ସଡ ପେରିସ୍କୋପ୍ କ୍ୟାମେରା, ଆପଲ୍ ର ନୂତନ ଏ-୧୭ ଚିପସେଟ୍ ଏବଂ ଆହୁରି ଅଧିକ । ଏହିପରି ୮ଟି ନୂଆ ଫିଚର ଅଛି ଯାହା ସାଧାରଣତଃ ଲଞ୍ଚ ସମୟରେ ଜଣା ପଡିଥାଏ କିନ୍ତୁ ଏହା ଲଞ୍ଚ ପୂର୍ବରୁ ବଜାରରେ ପ୍ରଘଟ ହୋଇଯାଇଛି ।

ଆଇଫୋନ୍ ୧୫ ପ୍ରୋ ଏବଂ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସର ୮ ଟି ମୁଖ୍ୟ ପରିବର୍ତ୍ତନ
ଆଇଫୋନ୍ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ସେମାନଙ୍କ ପୂର୍ବ ଆଇଫୋନ୍ ୧୪ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ପରି ଡିଜାଇନ୍ ବଜାୟ ରଖିବ ବୋଲି ଆଶା କରାଯାଉଛି । ଏହି ନୂତନ ମଡେଲ ଗୁଡିକରେ ୬.୧-ଇଞ୍ଚ ଏବଂ ୬.୭-ଇଞ୍ଚ ଓଏଲଇଡି ସ୍କ୍ରିନ ରହିବ । ଏଥିରେ ଭିନ୍ନ ଧରଣର ହାର୍ଡୱେର ଅଛି ଯାହା ଉଭୟ କ୍ୟାମେରା ଏବଂ ଫେସ୍ ଆଇଡି ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଆଇଫୋନ୍ ୧୫ ପ୍ରୋ ମଡେଲଗୁଡିକରେ ସେମାନଙ୍କର ଆଇଫୋନ୍ ୧୪ ପ୍ରୋ ପ୍ରତିପକ୍ଷଙ୍କ ତୁଳନାରେ ବହୁତ ପତଳା ବେଜେଲ୍ ରହିବ ଯାହାକୁ ସ୍ଲିମ ବେଜେଲ ବୋଲି କୁହାଯାଏ । ସ୍କ୍ରିନ ଗୁଡିକ ପୂର୍ବ ମଡେଲ ଭଳି ସମତଳ ଫର୍ମ(ଫ୍ଲାଟ)ରେ ରହିବ ଯାହାକୁ ଆପଲ୍ ବଦଳେଇବାକୁ ଚାହୁଁନାହିଁ । ଲୁକ ପାଇଁ ପ୍ରସିଦ୍ଧ ତା ବକ୍ରାକାର କୋଣ(କର୍ଭ)ରେ କୌଣସି ପରିବର୍ତ୍ତନ ଆଣିବାର ସମ୍ଭାବନା ନାହିଁ ବୋଲି ଶୁଣାଯାଉଛି ।

ଆଇଫୋନ୍ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ପାଇଁ ଆପଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ବିଚାର କରୁଥିବା କଥା କୁହାଯାଉଛି । ସାଇଡ ଫ୍ରେମ ଗୁଡିକରେ ଏବେ ଷ୍ଟିଲ ବଦଳରେ ଟାଇଟାନିୟମ୍ ରେ ତିଆରି ହେବ ବୋଲି ଜଣାପଡିଛି । ଟାଇଟାନିୟମ୍ ଗୁଡିକ ଷ୍ଟିଲ ତୁଳନାରେ ଅପେକ୍ଷାକୃତ ହାଲକା ଏବଂ ଦୀର୍ଘସ୍ଥାୟୀ । ଯେହେତୁ ଟାଇଟାନିୟମ୍ ଷ୍ଟିଲ ତୁଳନାରେ ଅଧିକ ମୁଲ୍ୟବାନ ତେଣୁ ନୂତନ ଫୋନଗୁଡିକର ନିଶ୍ଚିତ ମୂଲ୍ୟବୃଦ୍ଧି ଘଟିବାର ସମ୍ଭାବନା ରହିଛି ।

ଆପଲ୍ ଆଇଫୋନ୍ ୧୫ର ମ୍ୟୁଟ୍ ସୁଇଚରେ ଏକ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାଯାଇଛି ଜ୍ଝ ନୂତନ ଆଇଓଏସ୍ ବିଟା ସଂସ୍କରଣରେ ଥିବା ଏହି ନୂତନ ଫିଚର ଉପଭୋକ୍ତାମାନଙ୍କୁ ବିଭିନ୍ନ କାର୍ଯ୍ୟ ପରିଚାଳନା କରିବାକୁ ସହଜ କରିବ । ଯେପରିକି ସାଇଲେଣ୍ଟ ମୋଡ୍ କଣ୍ଟ୍ରୋଲ୍, ଫ୍ଲାସ୍ ଲାଇଟ୍ ଆକ୍ଟିଭେସନ୍, ଫୋକସ୍ ମୋଡ୍ ଏନଗେଜମେଣ୍ଟ, ଏବଂ ଆଇଫୋନ୍ କ୍ୟାମେରା ଆପ୍ ମଧ୍ୟରେ ଟ୍ରାନ୍ସଲେଟ୍ ଆପ୍ ଏବଂ ମ୍ୟାଗ୍ନିଫାୟର୍ ଆକ୍ସେସ୍ କରିବା ଜ୍ଝ ଏହି ନୂତନ ବଟନ୍ ଦ୍ଵାରା ଉପଭୋକ୍ତା ମାନେ ଆଇଫୋନ୍ ୧୫ ସିରିଜର ସାମଗ୍ରିକ ଉପଯୋଗିତାକୁ ବ୍ୟବହାର କରିବାକୁ ଅତି ସହଜ ହେବ ।

ସମଗ୍ର ଆଇଫୋନ୍ ୧୫ ସିରିଜରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଅଛି । ନିଜର ଚିରାଚରିତ ଚାର୍ଜିଙ୍ଗ ପୋର୍ଟକୁ ୟୁଏସବି-ସି ପୋର୍ଟ ସହିତ ବଦଳାଇବା । ସମଗ୍ର ୟୁରୋପରେ ଚାର୍ଜିଙ୍ଗ ପୋର୍ଟ ପାଇଁ ଏହି ନିୟମ ବାଧ୍ୟତାମୂଳକ ଅଟେ । ଏହି ନୂତନ ପରିବର୍ତ୍ତନ ଭାରତ ସମେତ ବିଶ୍ୱ ବଜାରରେ ଲାଗୁ ହେବ ବୋଲି ଜଣାଯାଇଛି ।

ପ୍ରୋ ମ୍ୟାକ୍ସ ଭାରିଆଣ୍ଟରେ ପେରିସ୍କୋପ୍ ଲେନ୍ସ ଏକ ନୂତନ ବୈଶିଷ୍ଟ୍ୟ ହୋଇପାରେ । ଯାହା ୫-୬ ଏକ୍ସ ପର୍ଯ୍ୟନ୍ତ ଅପ୍ଟିକାଲ୍ ଜୁମ୍ ପାଇଁ ଅନୁମତି ଦେଇଥାଏ ।  କିନ୍ତୁ, ଏହା ୨୦୨୩ ର ପ୍ରୋ ମଡେଲରେ ଉପଲବ୍ଧ ହେବ ନାହିଁ    ।   ଏହାର ବଦଳରେ , ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ବର୍ତ୍ତମାନ ଏକ ୩ ଏକ୍ସ ଅପ୍ଟିକାଲ୍ ଜୁମ୍ ପ୍ରଦାନ କରିଥାଏ, ଯାହା ଆଇଫୋନ୍ ୧୫ ପ୍ରୋ ଭାରିଆଣ୍ଟରେ ମଧ୍ୟ ବଜାୟ ରହିବ ବୋଲି ଆକଳନ କରାଯାଇଛି । ଅଧିକନ୍ତୁ ଏହି ଉପକରଣଗୁଡ଼ିକୁ ଆପଲ୍ ସୋନି କମ୍ପାନିରୁ ଆଣୁଥିବାର ଜଣାଯାଏ । ଏହାର ପରିବର୍ତ୍ତିତ ପଛ କ୍ୟାମେରା ଲିଡାର ସ୍କାନର୍ ଯୁକ୍ତ ଅଟେ । ଏହି ପରିବର୍ତ୍ତନ ଅତି ଗଭୀରତମ ସେନ୍ସିଙ୍ଗ କ୍ଷମତା ପ୍ରଦାନ କରିବ ବୋଲି ଆଶା କରାଯାଏ ।

ଆଶା କରାଯାଉଛି ଯେ ଆଇଫୋନ୍ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ଆପଲ୍ ର ନେକ୍ସ୍ଟ ଜେନେରେଶନ ଏ-୧୭ ଚିପସେଟ୍ ବ୍ୟବହାର କରିବ । ଯାହା ତା ନିଜର ଏ-ସିରିଜ୍ ପ୍ରଥମ ୩-ନାନୋମିଟର ଚିପସେଟ ।