ବିଶ୍ୱ ଆଥଲେଟ୍ ଚାମ୍ପିୟନସିପରେ ଗୋଲଡେନ୍ ଥ୍ରୋ: ନୂଆ ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶ ପାଇଁ ପୁଣି ସୁନା ଆଣିଲେ ସୁନା ପୁଅ

126

କନକ ବ୍ୟୁରୋ: ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ଚମିକିଲେ ନୀରଜ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ତେବେ ନୀରଜଙ୍କ ସଫଳତା ପରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଟୋକିଓ ଅଲମ୍ପିକ୍ସସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟ ଚାମ୍ପିୟନସିପରେ ଚମକିଛନ୍ତି । ବୁଡାପେଷ୍ଟ ହଙ୍ଗେରୀରେ ଆୟୋଜିତ ପ୍ରତିଯୋଗିତାରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି ନୀରଜ ଚୋପ୍ରା । ଦେଶବିଦେଶରୁ ନୀରଜଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବୁଦାଫେଷ୍ଟରେ ରବିବାର ଅନୁଷ୍ଠିତ ବିଶ୍ୱ ଆଥଲେଟ ଚମ୍ପିୟନସିପରେ ପୁରୁଷ ଜାଭଲିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ୱିତୀୟ ପ୍ରୟାସରେ ୮୮ ଦଶମିକ ୧୭ ମିଟର ଜାଭଲିନ ଫିଙ୍ଗି ଏହି ସଫଳତା ଅଜର୍ନ କରିଛନ୍ତି ନୀରଜ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଅର୍ଶନ ନଦୀବ ଋତୁର ୮୭ ଦଶମିକ ୬୭ ମିଟିର ଜାଭଲିନ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚେକ୍ ରିପବ୍ଲିକର ଜାକବ ଜାଦଲେଜକ ୮୬ ଦଶମିକ ୬୭ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଚାମ୍ପିୟନସିପରେ ଭାଗ ନେଇଥିବା ଓଡ଼ିଆ ଖେଳାଳି ପଦକ ପାଇନଥିଲେ ମଧ୍ୟ ପଂଚମ ସ୍ଥାନରେ ରହିଛନ୍ତି କିଶୋର କୁମାର ଜେନା । ୮୪ ଦଶମିକ ୭୭ ମିଟିର ପର୍ଯ୍ୟନ୍ତ ଜାଭଲିନ ଫୋପାଡିଥଲେ କିଶୋର । ଡିପି ମନୁ ୮୪ ଦଶମିକ ୧୪ ମିଟରରେ ଫୋପାଡି ତାଙ୍କ ପଛରେ ରହିଛନ୍ତି ।