ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ୬୦ ଏକର ଚାଷ ଜମିରେ ମାଡିଗଲା ପାଣି

82

କନକ ବ୍ୟୁରୋ : ମାଲକାନଗିରି କାଲିମେଳାରେ ଭାଙ୍ଗିଲା ଗମ୍ଫାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । ମାନ୍ୟମକୋଣ୍ଡା ପଞ୍ଚାୟତର ପୋଟେରୁ ଗାଁ ନିକଟରେ ରହିଛି ଏହି କେନାଲ । ୨୦ରୁ ୩୦ ଫୁଟ ଓସାରର ବନ୍ଧ ଭାଙ୍ଗିଯିବା ଯୋଗୁଁ ତଳିଆ ଅଞ୍ଚଳରେ ଥିବା ୫୦ ରୁ ୬୦ ଏକର ଧାନ ଚାଷ ଜମିରେ ପାଣି ମାଡି ଯାଇଛି । ଏବେ ଜମି ଉପରେ ୫ ଫୁଟ ଉଚ୍ଚର ପାଣି ଲହରି ମାରୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚରେ କେନାଲ ଉପରେ ପିଚୁ କାମ କରାଯାଇଥିଲା । ଏବେ କିନ୍ତୁ କେନାଲ ବନ୍ଧ ଭାଙ୍ଗିଯାଇଛି । ନିମ୍ନ ମାନର କାମ ଯୋଗୁଁ କେନାଲରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି ।