ମୟୁରଭଞ୍ଜ : ନଦୀବନ୍ଧରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

37

କନକ ବ୍ୟୁରୋ : ଦୁନିଆ ଯେତେ ଆଗେଇଲେ ମଧ୍ୟ ଲୋକଙ୍କ ମାନସିକତାରେ ଏଯାଏଁ ପରିବର୍ତ୍ତନ ଆସିନାହିଁ ।ପୁଅ ଓ ଝିଅ ସମାନ କହିଲେ ମଧ୍ୟ ସେ କଥାକୁ ଆପଣାଇ ପାରୁ ନାହାନ୍ତି ଲୋକେ । ଯେତେ ସଚେନତ କଲା ପରେ ଆଜି ବି ଅଲୋଡା ହେଉଛି ଶିଶୁକନ୍ୟା । ନଦୀବନ୍ଧରୁ ଉଦ୍ଧାର ହେଲା ନବଜାତକ । ନବଜାତ ଶିଶୁକନ୍ୟାର କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା ଘଟିଛି ମିଳିଛି ମୟୁରଭଞ୍ଜ ବାରିପଦା ମୋରଡା ଥାନା ଅନ୍ତର୍ଗତ ପଳାସମୁଣ୍ଡଳିରେ । ପଳାସମୁଣ୍ଡଳି ବନ୍ଧ ନିକଟରୁ ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି ।