ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ! ବୁର୍ଲାରୁ ଏସସିବିକୁ ସ୍ଥାନାନ୍ତର ହେଲେ ଗୁରୁତର ନବବଧୂ

44

କନକ ବ୍ୟୁରୋ: ଏସସିବିରେ ଭର୍ତ୍ତି ହେଲେ ପାର୍ସଲ ବୋମାରେ ଆହତ ନବବଧୂ । ଗତକାଲି ରାତିରେ ତାଙ୍କୁ ବୁର୍ଲା ମେଡିକାଲରୁ ଏସିସିବିକୁ ଆଣାଯାଇଛି । ବୁର୍ଲାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ କଟକ ବଡ ମେଡିକାଲର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି । ବଲାଙ୍ଗିର ପାଟଣାଗଡରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ବର-କନ୍ୟା ସମେତ ଜେଜେ ମାଆ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ବର । ଏବେ ଗୁରୁତର ଆହତ ନବବଧୂଙ୍କୁ ଏସସିବିରେ ଚିକିତ୍ସା କରାଯାଉଛି ।

ସେପଟେ ପ୍ରାଥମିକ ତଦନ୍ତ ପରେ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ପାଇଛି ପାଟଣାଗଡ ପୋଲିସ । ଆରକେ ଶର୍ମା ନାମକ ବ୍ୟକ୍ତି ଏହି ପାର୍ସଲ ବୋମା ପଠାଇଥିବା ଜଣାପଡିବା ପରେ ଏହି ଆରକେ ଶର୍ମା କିଏ ତାକୁ ନେଇ ପୋଲିସ ତନାଘାନ ଆରମ୍ଭ କରିଛି । ଅନ୍ୟପଟେ ମୃତକଙ୍କ ବାପାଙ୍କୁ ପଚରାଉଚାର କରୁଛି ପୋଲିସ ।