ଆଦାନୀଙ୍କୁ ମହଙ୍ଗା ପଡିଲା ହିଣ୍ଡେନବର୍ଗ ରିପୋର୍ଟ: ବିଶ୍ୱ ଧନୀ ତାଲିକାର ୩ ନମ୍ବରରୁ ୧୫ ନମ୍ବର ସ୍ଥାନକୁ ଖସିଲେ ଗୌତମ ଅଦାନୀ

730

କନକ ବ୍ୟୁରୋ: ଆମେରିକାର ଏକ ଘରୋଇ ଅର୍ଥନୈତିକ ଗବେଷଣା ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଗୌତମ ଅଦାନୀଙ୍କ ପାଇଁ ମହଙ୍ଗା ପଡିଛି । ଅଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟିଜର ଚେୟାରମେନ୍ ମୁକେଶ ଅମ୍ବାନୀ ଗୌତମ ଅଦାନୀଙ୍କୁ ପଛରେ ପକାଇ ବିଶ୍ୱ ସବୁଠୁ ଅଧିକ ଧନୀ ଭାରତୀୟର ମାନ୍ୟତା ପାଇଛନ୍ତି । ଫୋର୍ବସ ରିଅଲ ଟାଇମ୍ ପ୍ରକାଶ କରିଥିବା କୋଟିପତି ତାଲିକାରୁ ଏହା ସ୍ପଷ୍ଟ ହୋଇଛି । ଅଦାନୀ ଗ୍ରୁପର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଯାହା ଗୌତମ ଅଦାନୀଙ୍କୁ ଚିନ୍ତାରେ ପକାଇଦେଇଛି । ଏପରି ସ୍ଥିତିରେ ହିଣ୍ଡେନବର୍ଗ ଉପରେ ଆଇନଗତ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଅଦାନୀ ଗ୍ରୁୁପ୍ ।

ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍ ସେୟାର ମୂଲ୍ୟ ଦୁଇଟି ଟ୍ରେଡିଂ ଦିନରେ ୫୦ ବିଲିୟନ ଡଲାର ଅର୍ଥାତ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଥିଲା । ଆଉ ଅଦାନୀଙ୍କୁ ୨୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିଥିଲା ଯାହା ତାଙ୍କ ମୋଟ ଆୟର ୫ ଭାଗରୁ ଭାଗେ ।

୨୦୨୨ ପ୍ରାରମ୍ଭରେ ଏଲଭିଏମଚ ସିଇଓ ବେର୍ନାର୍ଡ ଅର୍ନାଲ୍ଟ, ଟେସଲା ସିଇଓ ଏଲନ ମସ୍କଙ୍କ ପରେ
୧୨୧ ବିଲିୟର ଡଲାରର ସମ୍ପତି ସହ ଅଦାନୀ ବିଶ୍ୱର ତିନି ନମ୍ବର ଧନୀ ଥିଲେ ।
ହିଣ୍ଡେନବର୍ଗର ରିପୋର୍ଟ ସାମ୍ନାକୁ ଆସିବା ପରେ ଅଦାନୀ ଗ୍ରୁପର ସମ୍ପତ୍ତି ହ୍ରାସ ପାଇ ୭୫ ଦଶମିକ୍ ୧ ବିଲିୟନ ଡଲାରରେ ପହଂଚିଛି ।
ଫଳରେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାର ୩ ନମ୍ବରରୁ ୧୫ କୁ ଖସିଆସିଛନ୍ତି ଅଦାନୀ ।
ମୁକେଶ ଅମ୍ବାନୀ ୮୩ ଦଶମିକ ୮ ବିଲିୟନ ଡଲାର ସମ୍ପତ୍ତି ସହ ଏହି ତାଲିକାର ୯ ନମ୍ବରରେ ଅଛନ୍ତି ।

ଯଦି ଏଭଳି ଭାବେ ଅଦାନୀ ଗ୍ରୁପର ସେୟାର ମୂଲ୍ୟ କମିବାରେ ଲାବେ ତେବେ ଗୌତମ ଅଦାନୀଙ୍କୁ ଏସିଆର ସର୍ବଶ୍ରେଷ୍ଠ ଧନୀ ତାଲିକାରୁ ହଟାଇ ପାରନ୍ତି ମୁକେଶ ଅମ୍ବାନୀ ।