ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ: ହାସଲ କଲେ ଟି-୨୦ କ୍ୟାରିୟରର ପ୍ରଥମ ଶତକ

356

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି ଭାରତୀୟ ଦଳ । ଭାରତ ପକ୍ଷରୁ ଓପନର ଶୁଭମନ ଗିଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଶୁଭମନ ଦୁର୍ଦ୍ଦଶ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ସେ ଏହି ମ୍ୟାଚରେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ଏହି ମ୍ୟାଚରେ ଭାରତ ୨୦୦ ରନ ପାର କରି ସାରିଛି । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ମଧ୍ୟ ବିସ୍ଫୋରକ ୪୪ ରନର ପାଳି ଖେଳି ପାଭିଲିୟନ ଫେରିଯାଇଛନ୍ତି ।