ଗଞ୍ଜାମ ଜିଲ୍ଲା ଜୟପୁରରେ ବୀଭତ୍ସ ହତ୍ୟା : ବଡ ଭାଇକୁ ଖଣ୍ଡ ଖଣ୍ଡ କରି ପାଇଖାନାରେ ଫିଙ୍ଗିଦେଲା ସାନଭାଇ

40

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଜୟପୁରରେ ବୀଭତ୍ସ ହତ୍ୟା । ବଡ ଭାଇକୁ ଖଣ୍ଡ ଖଣ୍ଡ କରି ପାଇଖାନାରେ ଫିଙ୍ଗିଦେଲା ସାନଭାଇ । ସିକା ଥାନା ଜୟପୁର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବଡ ଭାଇ ବାବୁଲା ପାତ୍ରକୁ ସାନ ଭାଇ ବାବୁଲା ପାତ୍ର ହତ୍ୟା କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । ବାବୁଲାକୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରିବା ସହ ହାତ ଗୋଡକୁ ଖଣ୍ଡ ଖଣ୍ଡ କରି ପାଇଖାନା ଟାଙ୍କିରେ ପକାଇ ଦେଇ ସାନଭାଇ ସନ୍ତୋଷ ପାତ୍ର ଫେରାର ହୋଇଛି ।

ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ୨୦୧୪ ମସିହାରେ ପତ୍ନୀକୁ ପୋଡି ମାରିବା ପରେ ସନ୍ତୋଷ ଏବେ ଜେଲରେ ସଜା କାଟୁଛି । ତେବେ ନିଜ ମାଆଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିବା ସନ୍ତୋଷ ବଡ ଭାଇକୁ ହତ୍ୟା କରି ଫେରାର ହୋଇଯାଇଛି । ତୁରନ୍ତ ହତ୍ୟାକାରୀକୁ ଗିରଫ କରିବାକୁ ନିବେଦନ କରିଛନ୍ତି ମୃତକଙ୍କ ପରିବାର ଲୋକ ।