ବାରମ୍ବାର ଧସୁଛି ମାଟି : ବର୍ଷେ ହେଲା ସମସ୍ୟା ଭିତରେ ଗଂଜାମ ଢେପାଗୁଡା ହରିଜନ ବସ୍ତି ବାସିନ୍ଦା

23

ଗଂଜାମ : ମାଟିର ଆଁ ଚିନ୍ତାରେ ଗାଁ । ଭୂସ୍ଖଳନ ଯୋର୍ଗୁଁ ବିରାଟ ଗର୍ତ । ଖାଲଟିର ଆକାର ୨୦୦ ଫୁଟ ଗଭୀର ରହିଥିବା ବେଳେ ଚଉଡା ୨୦ ଫୁଟରୁ ଅଧିକ ରହିଛି । ଏମିତିକି କଂକ୍ରିଟ ରାସ୍ତା ବି ଫାଟି ଆଁ କରିଛନ୍ତି । ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ-କନ୍ଧମାଳ ସୀମାନ୍ତ ଢ଼େପାଗୁଡା ଗାଁରେ । ପ୍ରଶାସନ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସମେତ ରାଇକିଆ ବିଡିଓ ଓ ଏବିଡିଓ ଘଟଣାସ୍ଥଳରେ ସ୍ଥିତି ପରଖିଛନ୍ତି ।

ବର୍ଷା ଲାଗି ରହିଥିବାରୁ ଗର୍ତର ଆକାର ଆହୁରି ବୃଦ୍ଧି ପାଇବାର ସମ୍ବାବନା ରହିଛି । ଜନବସତି ଅଂଚଳରେ ଭୁସ୍ଖଳନ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣାର ଗୁରୁତ୍ୱକୁ ନଜରରେ ରଖି ଗାଁରେ ନରହିବା ପାଇଁ ବିଡିଓ ଗ୍ରାମବାସୀଙ୍କୁ ଅନୁରୋଧ କରିଛନ୍ତି । ତେବେ ପ୍ରଭାବିତ ଲୋକମାନଙ୍କୁ ନିକଟସ୍ଥ ରାଜୀବ ଭବନରେ ଏକ କ୍ୟାମ୍ପ କରି ଥଇଥାନ କରିବା ସହ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛିି ପ୍ରଶାସନ । ଗତ ବର୍ଷ ସେପ୍ଟେମ୍ବର ୧୫ରେ ଏହି ଗାଁରେ ଏଭଳି ମାଟି ଧସି ଗର୍ତ ସୃଷ୍ଟି ହୋଇଥିଲା । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :