ହତ୍ୟା ପରେ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ପରିବାର। ଅତିକ, ପତ୍ନୀ ଓ ପିଲାଙ୍କ ନାଁରେ ମାଳମାଳ ମାମଲା ।

247

କନକ ବ୍ୟୁରୋ: ପୋଲିସ ହେପାଜତରେ ଗ୍ୟାଙ୍ଗଷ୍ଟର ଅତିକ ଓ ତାର ଭାଇ ଅସରଫର ହତ୍ୟା ପରେ ଚର୍ଚ୍ଚାକୁ ଫେରିଛି ପ୍ରୟାଗରାଜର ଗ୍ୟାଙ୍ଗଷ୍ଟର ପରିବାର । ଟିକେ ନଜର ପକାନ୍ତୁ ଅପରାଧୀଙ୍କ ଏହି ପୂରା ପରିବାର ଉପରେ ।

ମାଫିଆ ଅତିକ ଅହମ୍ମଦ ଗତ ୪ ବର୍ଷ ହେଲା ଅହମ୍ମଦାବାଦର ସାବରମତୀ ଜେଲରେ ଥିଲା । ମାତ୍ର ୧୭ ବର୍ଷ ବୟସରେ ହତ୍ୟା କରି ଅପରାଧ ଦୁନିଆକୁ ଆସିଗଲା ଅତିକ । ତା ନାଁରେ ଥିଲା ହତ୍ୟା, ବେଆଇନ ଜବରଦଖଲ, ଅପହରଣ ଓ ଯୁବତୀ ଚାଲାଣ ଭଳି ୧୮୦ରୁ ଅଧିକ ସଂଗୀନ ଦଫା । ହେଲେ ୧୯୮୯ରେ ପଶ୍ଚିମ ଆହ୍ଲାବାଦରୁ ବିଧାୟକ ହେବା ପରେ ଅପରାଧରୁ ରାଜନୀତିକୁ ଚାଲିଆସିଲା ଅତିକ ଅହମ୍ମଦ । ଏହାପରେ ଆଉ ପଛକୁ ଫେରି ଚାହିଁନଥିଲା ବରଂ ୫ଥର ବିଧାୟକ ହେବା ସହ ୨୦୦୪ରେ ଫୁଲପୁର ଆସନରୁ ଗୋଟିଏଥର ସାଂସଦ ବି ବନିଗଲା ।

ଉମେଶ ପାଲ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିବା ନେଇ ଡନ୍ ଅତିକ ଅହମ୍ମଦର ସ୍ତ୍ରୀ ଶାଇସ୍ତା ପରୱିନ ବିିରୋଧରେ ଅଭିଯୋଗ ରହିଛି । ବାପା ଜେଲ ଚାଲିଯିବା ପରେ ପ୍ରଥମେ ଏଆଇଏମଆଇଏମ ଏବଂ ପରେ ବିଏସପିରେ ଯୋଗଦେଇଥିଲା ଡନ୍ ଅତିକର ସ୍ତ୍ରୀ ଶାଇସ୍ତା । ଉମେଶ ପାଲର ହତ୍ୟାକାରୀଙ୍କ ସହ ଶାଇସ୍ତାକୁ ଦେଖିବାକୁ ମିଳିବା ପରେ ସେ ଗାଏବ ହୋଇଗଲା । ତା ମୁଣ୍ଡ ଉପରେ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି ପୋଲିସ ।

ଅତିକର ଅପରାଧ ସାମ୍ରାଜ୍ୟରେ ଭାଇ ଅସରଫର ସମାନ ଯୋଗଦାନ ରହିଆସିଥିଲା । ତା ବିରୋଧରେ ଥିଲା ୨୦୦୫ରେ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରିବାର ଅଭିଯୋଗ । ତା ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲା ଥିବାବେଳେ ୨୦୨୦ରୁ ଗିରଫ ହୋଇ ବରେଲି ଜେଲରେ ଥିଲା ଅସରଫ ।

୨୦୨୨ରୁ ସରେଣ୍ଡର କରି ପୋଲିସ ହେପାଜତରେ ଅଛି ଅତିଫର ବଡପୁଅ ମହମ୍ମଦ ଉମର । ଲକ୍ଷେ୍ମøର ପ୍ରପର୍ଟି ଡିଲର ମୋହିତ ଜୟସ୍ୱାଲଙ୍କୁ ଅପହରଣ କରିନେଇ ଦେବରିଆ ଜେଲରେ ମାଡପିଟ କରିବା ନେଇ ତା ନାଁରେ ଅଭିଯୋଗ ରହିଛି । ଅପହରଣ ଓ ଦାଦାବଟି ଆଦାୟ ଭଳି ତା ନାଁରେ ରହିଛି ସଂଗୀନ ମାମଲା ।

ଦ୍ୱିତୀୟ ପୁଅ ମହମ୍ମଦ ଅଲ୍ଲି ମଧ୍ୟ ଅତିକର ସାମ୍ରାଜ୍ୟରେ ସାମିଲ ହୋଇ ଡରାଇ ଧମକାଇ ଜମି ଖାଲି କରିବା ଭଳି ଅପରାଧ କରୁଥିଲା । ପ୍ରପର୍ଟି ଡିଲର ଜିଶାନକୁ ଅପହରଣ କରି ୫ କୋଟି ଟଙ୍କା ଦାବି କରିବା ଭଳି ଅପରାଧ ଅଭିଯୋଗ ତା ନାଁରେ ରହିଛି । ତା ମୁଣ୍ଡରେ ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ରଖିଥିବାବେଳେ ୨୦୨୨ରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲା । ସେବେଠାରୁ ପୋଲିସ ହେପାଜତରେ ରହିଛି ଅଲ୍ଲି । ଝାନ୍ସିରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି ଅତିକର ତୃତୀୟ ପୁଅ ଅସଦ । ଲକ୍ଷେ୍ମøର ନାମୀଦାମୀ ସ୍କୁଲରୁ ପାଠ ଶେଷ କରିଥିବା ଅସଦ ଉମେଶ ପାଲ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା । ସେ ଗୁଳି କରୁଥିବା ସିସିଟିଭି ଫୁଟେଜରେ ବି କଏଦ ହୋଇଛି । ଅତିକର ନାବାଳକ ପୁଅ ଅହଜାମ ଦ୍ୱାଦଶରେ ଓ ଅବାନ ନବମରେ ପଢୁଛନ୍ତି । ଉମେଶ ପାଲ ହତ୍ୟାକାଣ୍ଡ ପରେ ଦୁହିଁଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ପୋଲିସ କହିଛି ।