ଛାତ୍ରନେତାରୁ ଆରମ୍ଭ ହୋଇଥିଲା ରାଜନୈତିକ ଜୀବନ : ବାଜପେୟୀଙ୍କ ଠାରୁ ଆରମ୍ଭ କରି ମୋଦି ମନ୍ତ୍ରିମଣ୍ଡରେ ଥିଲା ଅରୁଣଙ୍କ ଦବଦବା

495

କନକ ବ୍ୟୁରୋ : ଆଉ ଆମ ଗହଣରେ ନାହାନ୍ତି ବରିଷ୍ଠ ବିଜେପି ନେତା । ମାତ୍ର ୬୬ ବର୍ଷରେ ଆଖିବୁଜିଳେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଜଣେ ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୁକା ଗ୍ରହଣ କରିଛନ୍ତି । ଦିଲ୍ଲୀ ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୨ଟା ୭ ମିନିଟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ ଅଗଷ୍ଟ ୯ ତାରିଖରେ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରହି ଚିକିତ୍ସା ବ୍ୟବସ୍ଥା ଦେଖୁଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ଆଖି ବୁଜିଛନ୍ତି ଅରୁଣ ଜେଟଲି ।

ଜଣେ ଦିଗଜ ନେତାଙ୍କୁ ଆଜି ହରାଇଲା ଦେଶ । ସାରା ଦେଶରେ ଶୋକର ଲହରୀ । ଅରୁଣ ଜେଟଲୀଙ୍କ ପରଲୋକ ବିଜେପି ରାଜନୀତି ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତୁଳସୀ ଦୁଇ ପତ୍ରରୁ ବାସେ ପରି ଛାତ୍ରଜୀବନରୁ ରାଜନୀତି ପ୍ରତି ତାଙ୍କ ଇଚ୍ଛା ଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଅରଣୁ ଜେଟଲୀ ପାଠପଢ଼ା ସମୟରେ ଏବିଭିବର ଜଣେ ଛାତ୍ର ନେତା ଥିଲେ । ୧୯୭୪ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ସେ ଡିୟୁ ଷ୍ଟୁଡ଼େଣ୍ଟ ୟୁନିୟନର ସଦସ୍ୟ ଥିଲେ । ୧୯୭୫ ଦେଶରେ ଏମରେଜେନ୍ସି ସମୟରେ ତାଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ୧୯୭୩ରେ ଅରୁଣ ଜୟପ୍ରକାଶ ନାରାୟଣ ଓ ରାଜନାରୟଣ ଦ୍ୱାରା ଚାଲିଥିବା ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ନଜରବନ୍ଦୀ ଶେଷ ହେବା ପରେ ଜନସଂଘ ପାର୍ଟିରେ ଯୋଗଦେଇଥିଲେ । ରାଜନୈତିକ ବିନ୍ଧାଣୀ ଅରୁଣ ୧୯୭୭ରେ ଦିଲ୍ଲୀ ଏବିଭିବିର ଅଧ୍ୟକ୍ଷ ଓ ଅଲ ଇଣ୍ଡିଆର ସେକ୍ରେଟେରୀ ହୋଇଥିଲେ । ୧୯୮୦ରେ ବିଜେପି ଯୁବମୋର୍ଚ୍ଚର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ।

ଅରୁଣ ଜେଟଲୀ ୧୯୮୭ରେ ଓକିଲାତି ଆରମ୍ଭ କରିଥିଲେ । ସର୍ବୋଚ୍ଚ ସନ୍ୟାୟଳ ଠାରୁ ଆରମ୍ଭ କରି ବିଭିନ୍ନ ହାଇକୋର୍ଟରେ ଅଭ୍ୟାସ କରିଥିଲେ । ୧୯୯୦ରେ ତାଙ୍କୁ ଦିଲ୍ଲୀ ହାଇକର୍ଟେର ବରିଷ୍ଠ ଓକିଲ ଘୋଷଣା କରାଯାଇଥିଲା । ଅରୁଣ ଜେଟଲୀ ୧୯୯୧ରେ ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରୀଣୀ ସଦସ୍ୟ ଥିଲେ । ୧୯୯୯ରେ ସାଧାରଣ ନିର୍ବାଚନରେ ବିଜେପି ଅରୁଣଙ୍କ ପ୍ରବକ୍ତା ନିଯୁକ୍ତ ଦେଇଥିଲେ । ଜୁନ ୨୦୦୯ରେ ସେ ଓକିଲାତି ଛାଡ଼ି ପ୍ରତ୍ୟେକ୍ଷ ରାଜନୀତିରେ ଅବତୀର୍ଣ୍ଣ ହୋଇଥିଲେ । ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ ଜେଟଲ ୀ । ୨୦୦୯ରେ ରାଜ୍ୟସଭା ନେତା ବିରୋଧି ଦଳ ନେତା ହେବାପରେ ତାଙ୍କୁ ଦଳ ମହାସଚିବ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।

୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରରେ ସୂଚନା ଏବଂ ପ୍ରସାରଣ ରାଜ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଅରୁଣ । କେବଳ ଏତିକି ନୁହେଁ ସେହି ସମୟରେ ଆଇନ ମନ୍ତ୍ରୀ ମଧ୍ୟ ବି ଥିଲେ । ୨୦୦୦ରେ ହୋଇଥିବା ଲୋକସଭା ନିର୍ବାଚନ ପରେ ତାଙ୍କୁ ଆଇନ୍, ନ୍ୟାୟ , କମ୍ପାନୀ ଆଫେୟର ତଥା ସିପିଂ ମନ୍ତ୍ରାଳୟର ମନ୍ତ୍ରୀ ପଦ ମିଳିଥିଲା । ୨୦୧୪ରେ ଅରୁଣ ଜେଟଲୀ ବିଜେପି ଟିକେଟରୁ ଅମୃତସର ଲୋକସଭା ସିଟରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେଠାରେ ସେ ପରାଜିତ ହୋଇଥିଲେ । ଅରୁଣ ଜେଟଲୀ ଗୁଜରାଟ ରାଜ୍ୟସଭା ସଦସ୍ୟ ମଧ୍ୟ ରହିସାରିଛନ୍ତି । ମାର୍ଚ୍ଚ ୨୦୧୮ରେ ଉତ୍ତର ପ୍ରଦେଶର ରାଜ୍ୟସଭା ସଦସ୍ୟ ଚୟନ ହୋଇଥିଲେ ।

୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ତାଙ୍କ ଅର୍ଥମନ୍ତ୍ରୀ ଓ ରକ୍ଷାମ ନ୍ତ୍ରାଳୟ ମିଳିଥିଲା । ଅରୁଣ ଜେଟଲି ଭ୍ରଷ୍ଟାଚାର ଓ କାଳାଧନକୁ ରୋକିବା ପାଇଁ ୨୦୧୬ରେ ନୋଟବନ୍ଦୀ କରିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ନିର୍ବାଚନରେ ଅଂଶଗ୍ରହଣ କରିନଥିଲେ ।