ଭଟ୍ଟାରିକା ମନ୍ଦିରରେ ପସିଲା ବନ୍ୟା ଜଳ, ପ୍ରଶାସନ ଜାରି କଲା ୧୪୪ ଧାରା।

103

କନକ ବ୍ୟୁରୋ: ବଡ଼ମ୍ବା ଭଟ୍ଟାରିକା ମନ୍ଦିର ଏବେ ପାଣି ଘେରରେ । ମନ୍ଦିର ମଧ୍ୟରେ ପାଣି ଭର୍ତ୍ତି ହୋଇରହିଛି । ବନ୍ୟା ଜଳ ପ୍ରବାହ ରହିଥିବାରୁ ଭଟ୍ଟାରିକା ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରିହୋଇଛି। ତେବେ ବନ୍ୟା ପରିସ୍ଥିତି ରହିଥିଲେ ମଧ୍ୟ ଲୋକେ ସଚେତନ ହେଉନଥିବା ଅଭିଯୋଗ ହେଉଛି। ପର୍ୟ୍ୟଟନସ୍ଥଳୀ ହୋଇଥିବାରୁ ଲୋକେ ବୁଲିବାକୁ ଆସୁଛନ୍ତି। ପ୍ରଶାସନର କଥା ମାନୁନାହାନ୍ତି। ପୋଲିସକୁ ଏଥିପାଇଁ ମଧ୍ୟ ନାକେଦମ୍ ହେବାକୁ ପଡ଼ୁଛି।