ସମ୍ବଲପୁରରେ କେନ୍ଦୁପତ୍ର କର୍ମଚାରୀଙ୍କ ମହାସମାବେଶରେ ଫାଇଭ୍ ଟି ଅଧ୍ୟକ୍ଷ । ପଶ୍ଚିମ ଓଡିଶାର ୧୧ଜିଲ୍ଲାରୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ହେଲେ ସାମିଲ ।

316

କନକ ବ୍ୟୁରୋ: ସମ୍ବଲପୁର ରେଢାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶ । ଏଥିରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି । ମହାସମାବେଶରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ମଧ୍ୟ ଯୋଗଦେଇଛନ୍ତି । ସବୁଜ ହୀରା କେନ୍ଦୁପତ୍ର ରାଜ୍ୟର ୧୫ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ରୋଜଗାର ଯୋଗାଉଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୮ଟିକୁ ଛାଡିଦେଲେ ୨୨ଟି ଜିଲ୍ଲାର ବହୁ ସଂଖ୍ୟକ ଗରିବ ପରିବାର କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି ।

ଅନ୍ୟପଟେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ନବୀନ ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରିମକଙ୍କ ସହ ବିଶ୍ୱାସଘାତକା କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ପଶ୍ଚିମ ଓଡ଼ିଶାକୁ ସରକାର ସବୁବେଳେ ଅଣଦେଖା କରୁଛନ୍ତି । ନିର୍ବାଚନ ଆସିଲେ ସରକାରଙ୍କ କେନ୍ଦୁପତ୍ର ତୋଳାଳିଙ୍କ କଥା ମନେପଡ଼େ ।