୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚ: ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

96

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ଭାରତ । ଏହି ମ୍ୟାଚରେ ଭାରତକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆର ଧୁରନ୍ଧର ବ୍ୟାଟ୍ସମ୍ୟାନଙ୍କୁ ଅଳ୍ପ ରନରେ ସୀମିତ ରଖିବାକୁ ହେବ ।

ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ବେଳେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆଜି ଭାରତ ଅଷ୍ଟ୍ରେଲିଆକୁ ହରାଇ ଷଷ୍ଠଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଭାରତକୁ ହରାଇ ୪ର୍ଥ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ।