ସ୍ମାର୍ଟ ସିଟିରେ ସ୍ମାର୍ଟ ମଲ୍ ! ରାଜଧାନୀରେ ଡେଣା ମେଲାଉଛନ୍ତି ଏକାଧିକ ମଲ୍ଟିପ୍ଲେକ୍ସ

35

ସ୍ମାର୍ଟ ସିଟି ଭୁବନେଶ୍ୱର । ଦେଶରେ ଦ୍ରୁତତମ ଜନସଂଖ୍ୟା ବଢୁଥିବା ସହର ମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି ଏହି ସ୍ମାର୍ଟ ସିଟି । ଏଠାରେ ରହିଛି ବଡ ବଡ କର୍ପୋରେଟ୍ ହାଉସ୍ ଏବଂ ଶିକ୍ଷାନୁଷ୍ଠାନ । ତେଣୁ ସିଟି ହିସାବରେ ରାଜ୍ୟ ଏବଂ ରାଜ୍ୟ ବାହାରେ ଭୁବନେଶ୍ୱର ସମସ୍ତଙ୍କ ପାଇଁ ପାଲଟିଛି ସେଣ୍ଟର ଅଫ୍ ଆଟ୍ରାକ୍ସନ୍ । ତେବେ ସ୍ମାର୍ଟ ସିଟି ଭୁବନେଶ୍ୱର ନିଜ ସ୍ମାର୍ଟ ସହରବାସୀଙ୍କ ଆଣି ଦେଇଛି ଆଉ ଏକ ଖୁସି ଖବର । କାରଣ ଏବେ ସ୍ମାର୍ଟ ସିଟି ହେବାକୁ ଯାଉଛି ମଲ୍ ସିଟି । ଅର୍ଥାତ୍ ଟେମ୍ପଲ୍ ସିଟିରେ ତିଆରି ହେଉଛି ୫ଟି ବଡ ବଡ ମଲ୍ଟିପ୍ଲେକ୍ସ କମ୍ ସପିଂ ମଲ୍ । ପ୍ରାୟ ଶେଷ ପର୍ଯ୍ୟାୟରେ ପଂହଚିସାରିଲାଣି ଏହାର ନିର୍ମାଣ ।

ଏବେ ନଜର ପକାନ୍ତୁ ନିର୍ମାଣଧୀନ ଥିବ ଏହି ମଲ୍ଟିପ୍ଲେକ୍ସ ଗୁଡିକ ଉପରେ :

ଏସପ୍ଲାନେଡ୍ : ରସୁଲଗଡରେ ନିକଟରେ ତିଆରି ହେଉଥିବା ଏହି ସପିଂ ମଲର ନିର୍ମାଣ କାର୍ଯ୍ୟ ପ୍ରାୟ ମାର୍ଚ୍ଚ ୨୦୧୮ ସୁଦ୍ଧା ଶେଷ କରିବାକୁ ଲକ୍ଷ ରହିଛି ।

କନିକା ଗ୍ୟାଲେରିଆ : କଳ୍ପନା ଛକ ନିକଟରେ ତିଆରି ହେଉଥିବା ଏହି ମଲର କାର୍ଯ୍ୟ ୨୦୧୭ ଶେଷ ସୁଦ୍ଧା ହେବାର ଲକ୍ଷ ଅଛି ।

ସିମ୍ଫୋନୀ ମଲ୍ : ହନ୍ସପାଲ୍ ନିକଟରେ ତିଆରି ହେଉଥିବା ଏହି ମଲ୍ ୨୦୧୭ର ଶେଷ କିମ୍ବା ୨୦୧୮ ର ଆରମ୍ଭ ସୁଦ୍ଧା ହେବା ପାଇଁ ଲକ୍ଷ ରହିଛି ।

କ୍ରିଷ୍ଣା ପ୍ଲାଜା : ନୟାପଲ୍ଲୀରେ ତିଆରି ହେଉଥିବା ଏହି ମଲ ୨୦୧୭-୧୮ ମଧ୍ୟରେ ସରିବାର ଯୋଜନା ରହିଛି ।

ଭୁବନେଶ୍ୱର – ୧ : ସୈନିକ ସ୍କୁଲ ନିକଟରେ ତିଆରି ହେଉଥିବା ଏହି ମଲ୍ ପ୍ରାୟ ୨୦୧୮ ସୁଦ୍ଧା ଶେଷ ହେବ ।

କେବଳ ଏହି ୫ଟି ମଲ୍ ନୁହେଁ ସିନେପ୍ଲସ୍ , ପିଭିଆର୍ ସିନେମା , କାର୍ନିଭାଲ୍ ଏବଂ ଆଇନକ୍ସ – ୨ ମଧ୍ୟ ନିଜ ଡେଣା ମେଲାଇବାକୁ ନଜର ରଖିଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱର ଉପରେ ।

ଫଟୋ ସୌଜନ୍ୟ : My Bhubaneswar