‘ଅପରେସନ ରାଧା’ରେ ସାମିଲ ଥିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପୁରସ୍କାର : ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ୯ଜଣଙ୍କୁ କଲେ ପୁରସ୍କୃତ

20

କନକ ବ୍ୟୁରୋ : ‘ଅପରେସନ ରାଧା’ର ସଫଳତା କେବଳ ଅଗ୍ନିଶମ ବିଭାଗର କେବଳ ମନୋବଳ ବୃଦ୍ଧି କରିନି ବରଂ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏପରି ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ବି.କେ.ଶର୍ମା ।

ଡିସେମ୍ବର ୨୫ ଦିନ ୩ ବର୍ଷର କୁନି ଝିଅ ରାଧାକୁ ଅକ୍ଷତ ଅବସ୍ଥାରେ ବୋରୱେଲରୁ ଉଦ୍ଧାର କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଆଜି କଟକସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ୯ ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ସମ୍ବର୍ଧିତ କରାଯାଇଛି । ଏହା ସହ ଆଗାମୀ ଦିନରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମହାନିର୍ଦ୍ଦେଶକ କହିଛନ୍ତି ।