ଇତିହାସ ରଚିଲେ ତାମିଲନାଡୁର ୧୧ବର୍ଷୀୟ ଝିଅ : ଫିଫା ବିଶ୍ୱକପରେ ପ୍ରଥମ ଭାରତୀୟ ଭାବେ ଅଫିସିଆଲ୍ ମ୍ୟାଚ ବଲ୍ କ୍ୟାରିଅର ଭାବେ କଲେ କାର୍ଯ୍ୟ

32

କନକ ବ୍ୟୁରୋ : ଇତିହାସ ରଚିଲେ ତାମିଲନାଡୁର ୧୧ବର୍ଷୀୟ ଝିଅ ନତାନିୟା ଜନ୍ କେ. । ଶୁକ୍ରବାର ଦିନ ଫୁଟବଲ ବିଶ୍ୱକପରେ ସେ ପଡିଆକୁ ଓହ୍ଳାଇବା ସହ ରଚିଛନ୍ତି ଇତିହାସ । କୋଷ୍ଟାରିକା ବିରୋଧରେ ଏହି ମୁକାବିଲା ପାଇଁ ଷ୍ଟାର ଫୁଟବଲର ନେମାରଙ୍କ ଟିମ୍ ବ୍ରାଜିଲ ପାଇଁ ସେ ଅଫିସିଆଲ୍ ମ୍ୟାଚ ବଲ୍ କ୍ୟାରିଅର ଭାବେ କାର୍ଯ୍ୟ କରିଛନ୍ତି । ଫିଫା ବିଶ୍ୱକରେ ବଲ୍ କ୍ୟାରିୟର ବନିଥିବା ପ୍ରଥମ ଭାରତୀୟ ହେଉଛନ୍ତି ୧୧ବର୍ଷୀୟ ନତାନିୟା ଜନ୍ । ତାମିଲନାଡୁ ନୀଳଗିରି ଅଂଚଳର ନତାନିୟା ମଧ୍ୟ ନିଜେ ଜଣେ ଫୁଟବଲ ଖେଳାଳି ।

ଫିଫା ଦ୍ୱାରା ଆୟୋଜିତ ଏକ ପ୍ରତିଯୋଗିତାରେ ବିଜୟୀ ହେବା ନତନିୟାଙ୍କୁ ଏହି ସୁଯୋଗ ମିଳିଛି । ନତାନିୟାଙ୍କ ସହ ଅଫିସିଆଲ ମ୍ୟାଚ୍ ବଲ୍ କ୍ୟାରିଆ ବା ଓବିଏମସି ହେବାର ସୁଯୋଗ ହାସିଲ କରିଛନ୍ତି କର୍ଣ୍ଣାଟକର ଋଷିତେଜ । ନତନିଆ ନିଜ ସ୍କୁଲର ସିନିୟର ଫୁଟବଲ ଟିମରେ ସେଂଟର ଫରୱାର୍ଡ ଭାବରେ ଖେଳନ୍ତି । ତେବେ ଏନେଇ ପ୍ରଶ୍ନ ପଚରାଯାଇଥିବାରୁ ସେ ଖୁବ ସହଜରେ ଉତର ଦେଇଥିଲେ ବୋଲି କହିଛନ୍ତି ୧୧ବର୍ଷୀୟ ନତନିୟା । ତେବେ ଭାରତରେ ଝିଅ ମାନେ ଫୁଟବଲ ଖେଳିବା ଏତେ ଦେଖିବାକୁ ମିଳେନାହିଁ ବୋଲି ମଧ୍ୟ ସେ କହିଛନ୍ତି ।