ରେଭେନସାରେ ମିଥ୍ୟା ପ୍ଲେସମେଂଟ ପ୍ରତିଶ୍ରୃତି ଅଭିଯୋଗ ! ଆମରଣ ଅନଶନରେ ଏମବିଏ ଛାତ୍ରଛାତ୍ରୀ

106

କନକ ବ୍ୟୁରୋ : ରେଭେନ୍ସା ଭଳି ଐତିହାସିକ ବିଶ୍ୱବିଦ୍ୟାଳୟରେ ପ୍ଲେସମେଂଟ ନେଇ ମିଥ୍ୟା ପ୍ରତିଶ୍ରୁତି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିି ଆମରଣ ଅନଶନରେ ବସିଛନ୍ତି ଏମବିଏ ଛାତ୍ରଛାତ୍ରୀ । ଆଜି କି ୬ ଦିନ ହେବ ଛାତ୍ରଛାତ୍ରୀ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଏ ସଂର୍ପକରେ ରେଭେନଶା କୁଳପତି କହିଛନ୍ତି ପିଲାମାନଙ୍କ ଦାବୀ ମାନିପାରିବେ ନାହିଁ ।

କାରଣ ପିଲାମାନେ ଉଚ୍ଚ ବେତନରେ ନିଶ୍ଚିନ୍ତ ନିଯୁକ୍ତି ଦାବୀ କରୁଛନ୍ତି, ଆଡମିଶନ ସମୟରେ ସେଭଳି କୈାଣସି ପ୍ରତିଶ୍ରୁତି ଦେଇ ନଥିଲା ବିଶ୍ୱ ବିଦ୍ୟାଳୟ । ଅନ୍ୟପଟେ ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ଡିନ୍ ଚୟନ କରିବାକୁ ଚାହୁଁଛନ୍ତି, ଯାହାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଏମିତି କି କୁଳପତି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି, ଯଦି ଆଗକୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଦାବୀ ପୂରଣ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।