ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲିଛନ୍ତି କି ? ସାବଧାନ ! ଏଣିକି ଫେକ୍ ଆକାଉଣ୍ଟ ଖୋଜି ପାଇବ ଫେସବୁକ୍, ଧରାପଡିବେ ଫେକ୍ ଆକାଉଣ୍ଟଧାରୀ ।

26

ସାବଧାନ ! ଫେସବୁକରେ ଆପଣ ଫେକ୍ ଆକାଉଣ୍ଟ ଖୋଲିଛନ୍ତି କି ? ନିଜର ପରିଚୟ ଗୋପନ ରଖି କିମ୍ବା ଅନ୍ୟ  କାହାର ଫଟୋ ଦେଇ ଆକାଉଣ୍ଟ ଚଳାଇଛନ୍ତି କି ? ଯଦି ଏପରି କିଛି କରୁଛନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ । କାରଣ ଏଣିକି  ଫେକ୍ ଆକାଉଣ୍ଟସ ଖୋଜି ପାଇବ ଫେସବୁକ । ଫେକ୍ ଆକାଉଣ୍ଟସଧାରୀଙ୍କ ପାଖରେ ପହଞ୍ଚିବାକୁ ଏବେ ଏପରି କିଛି ସୁବିଧା ଆଣିବାକୁ ଯାଉଛି ଫେସବୁକ । ନିକଟରେ ଫେସବୁକରୁ ଲୋକଙ୍କ ଡାଟା ଚୋରି ହେଉଥିବା ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ନେଇଛନ୍ତି ଫେସବୁକ କର୍ତ୍ତୃପକ୍ଷ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେସବୁକରେ ଏପରି କିଛି ସନ୍ଦେସ ଉପଲବ୍ଧ ହେବ ଯାହା ଫେକ୍ ଆକାଉଣ୍ଟସ ଚଳାଉଥିବା ଲୋକଙ୍କ ସମ୍ପର୍କରେ ଅଧିକ ତଥ୍ୟ ଦେଇପାରିବ । ଦେଶର  କେଉଁ ସ୍ଥାନରୁ ଆକାଉଣ୍ଟକୁ ଆକ୍ସେସ କରାଯାଉଛି ସେ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ମିଳିପାରିବ । ମେସେଞ୍ଜର ଟିମର  ଦଲାଇ ବ୍ରାଉନ ଏହି ନୂଆ ସୁବିଧାର ଉପସ୍ଥିତି ସୃଷ୍ଟି କରିଛନ୍ତି । ଫେସବୁକର ଏହି ନୂଆ ଫିଚର ଫେକ୍ ଆକାଉଣ୍ଟସ ଚଳାଉଥିବା ଲୋକଙ୍କ ପାଖରେ ପହଞ୍ଚିବାରେ ସଫଳ ହେବ ବୋଲି ମଦରବୋର୍ଡ ପକ୍ଷରୁ କୁହାଯାଇଛି । ।