ଚର୍ଚ୍ଚାରେ ଦେଶୀ ଗର୍ଲ ! ୫ ମିନିଟ୍ ପାଇଁ ନିଅନ୍ତି ୫ କୋଟି ଟଙ୍କା

40

ବଲିଉଡର ଦେଶୀ ଗର୍ଲ ତଥା ପ୍ରିୟଙ୍କା ଚୋପ୍ରା ବାକି ନାୟିକାଙ୍କଠାରୁ ସଂପୂର୍ଣ୍ଣ ଅଲଗା । ନିଜର ଦମଦାର ଅଭିନୟର ବଳରେ ଆଜିକା ଦିନରେ ଜଣେ ସଫଳତମ ଅଭିନେତ୍ରୀ ଭାବରେ ପ୍ରିୟଙ୍କା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଜଲୱା ଦେଖାଇ ସାରିଛନ୍ତି ପ୍ରିୟଙ୍କା ।

ତେବେ ତାଙ୍କୁ ଷ୍ଟେଜରେ ପରଫମ କରୁଥିବାର ଦେଖିବା ଖୁବ କଷ୍ଟ । ଦୀର୍ଘ ଦୁଇ ବର୍ଷ ପରେ ପ୍ରିୟଙ୍କାଙ୍କୁ ହିନ୍ଦୀ ଫିଲ୍ମର ଗୀତରେ ଏକ ଷ୍ଟେଜରେ ନଜର ଆସିବାକୁ ଯାଉଛନ୍ତି । କାରଣ ଏକ ଆୱାର୍ଡ଼ କାର୍ଯ୍ୟକ୍ରମରେ ଆୟୋଜକ ଚାହୁଁଛନ୍ତି ଯେ ପିୟଙ୍କା ସେଠାରେ ପରଫର୍ମ କରନ୍ତୁ ବୋଲି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମାତ୍ର ୫ ମିନିଟର ପର୍ଫମାନ୍ସ ପାଇଁ ପ୍ରିୟଙ୍କା ୫କୋଟି ଟଙ୍କାର ଫିସ୍ ଡିମାଣ୍ଡ କରିଛନ୍ତି ।

ସୂଚନା ଅନୁସାରେ, ୫ ମିନିଟର ପର୍ଫମାନ୍ସ ପାଇଁ ପିୟଙ୍କା ୪ରୁ ୫ କୋଟି ଟଙ୍କା ନେବା ପାଇଁ ଡିମାଣ୍ଡ କରିଛନ୍ତି । ତେବେ ଆପଣ ଜାଣିଥିବେ କି ପ୍ରିୟଙ୍କା ଏବେ ଜଣେ ଅନ୍ତଃରାଷ୍ଟୀୟ ଅଭିନେତ୍ରୀ । ବଲିଉଡରେ ତାଙ୍କୁ ଆଉ ଥରେ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହର ସହିତ ଚାହିଁ ବସିଛନ୍ତି । ତେବେ ଏହି ସୋ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।