ଡାଇମଣ୍ଡ ଖଚିତ ଏକ ବିମାନ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଜାଣନ୍ତୁ ଏହାର ସତ୍ୟତା
ଟ୍ୱିଟରରେ ଲୋକ ପଚାରୁଛନ୍ତି କି, ଅସଲି ନା ନକଲି ?
ଏମିରେଟ୍ସ ବିମାନର ଫଟୋ ଭାଇରାଲ ହେଉଛି । ସମସ୍ତେ ପ୍ଲେନକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏୟାରଲାଇନ୍ସ ନିଜେ ଏହି ଫଟୋକୁ ସେୟାର କରିଛି । ଫଟୋରେ ଦେଖାଯାଉଛି କି ବିମାନକୁ ଡାଇମଣ୍ଡ ଦ୍ୱାରା ସଜା ଯାଇଛି । କାହାକୁ ବୁଝାପଡୁନି କି ଏହି ଫଟୋ ଅସଲି ନା ନକଲି । ଟ୍ୱିଟରରେ ଲୋକ ପଚାରୁଛନ୍ତି କି, ଅସଲି ନା ନକଲି ? ଲୋକମାନେ ଟ୍ୱିଟରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Presenting the Emirates ‘Bling’ 777. Image created by Sara Shakeel 💎💎💎 pic.twitter.com/zDYnUZtIOS
— Emirates Airline (@emirates) December 4, 2018
ଟ୍ୱିଟରରେ ଦିଆଯାଇଥିବା କ୍ୟାପ୍ସନରୁ ହିଁ ବୁଝାଯାଇପାରିବ କି ଏହି ଫଟୋ ଅସଲି ନୁହେଁ । ଅସଲରେ ବିମାନରେ ଡାଇମଣ୍ଡ ଲଗାଯାଇନାହିଁ । ଟ୍ୱିଟରରେ ଲେଖା ଅଛି- ଏମିରେଟ୍ସ ବ୍ଳିଙ୍ଗ ୭୭୭ । ଏହି ଫଟୋ ତିଆରି କରିଛନ୍ତି ସାରା ଶକିଲ । ସେ ଜଣେ କ୍ରିଷ୍ଟଲ ଆର୍ଟିଷ୍ଟ ଇନଷ୍ଟାଗ୍ରାମ ସେଲିବ୍ରିଟି । ତାଙ୍କୁ ୪.୮ ଲକ୍ଷ ଲୋକ ଫଲୋ କରନ୍ତି । ଶକିଲ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କଲେ । ଦେଖୁ ଦେଖୁ ଏହା ଭାଇରାଲ ହୋଇଗଲା ଏମିରେଟ୍ସର ଯେବେ ନଜର ପଡିଲା, ସେ ଶକିଲଙ୍କ ଠାରୁ ଅନୁମତି ନେଇ ଫଟୋକୁ ରିପୋଷ୍ଟ କଲେ । ପୋଷ୍ଟ କରି କହିଲେ କି, “ଆମେ ଏହି ଫଟୋକୁ ସେୟାର କରିଛୁ ଓ ଏହି ଫଟୋ ସାରା ଶକିଲ ତିଆରି କରିଛନ୍ତି । ଏବଂ ଏହା ଅସଲି ନୁହେଁ ।”