ସରିଲା ମାସକର ରୋଜା, ଆଜି ସାରା ଦେଶରେ ଇଦ୍ ପାଳୁଛନ୍ତି ମୁସଲମାନ ସଂପ୍ରଦାୟ: କରୋନା ଯୋଗୁଁ ମସୁଜିଦରେ ସମୂହ ନମାଜ ମନା, ଘରେ ରହି ପାଳିବାକୁ ପରାମର୍ଶ

515

କନକ ବ୍ୟୁରୋ: ସରିଲା ଏକମାସର ରୋଜା । ଆଜି ମୁସଲମାନ ସଂପ୍ରଦାୟ ପାଳନ କରୁଛନ୍ତି ଇଦ୍ । ଏଥିପାଇଁ ଘରେ ଘରେ ପ୍ରସ୍ତୁତି ହୋଇଛି । କରୋନା ଯୋଗୁଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଜାରି କରାଯାଇଛି । ଘରେ ଘରେ ହିଁ ମୁସଲମାନ ଇଦ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ଚାନ୍ଦ ଦେଖାଯିବା ପରେ ଆଜି ଇଦ୍ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା ।

ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରିବାକୁ ସମସ୍ତେ ନିଷ୍ପତି ନେଇଥାନ୍ତି ।

Comments are closed.