ଇଡିର ଚଢାଉକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, କହିଲେ ଏଭଳି କଥା

129

କନକ ବ୍ୟୁରୋ : ନିଜ ସଂପର୍କୀୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହେଉଥିବା ଚଢାଉକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ନିକଟରେ ନିର୍ବାଚନ ଥିବାରୁ ଦିଲ୍ଲୀ ଚାପରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ଏହାସହ ପଞ୍ଜାବରେ କଂଗ୍ରେସକୁ ବଦନାମ କରିବାକୁ କେନ୍ଦ୍ର ସରକାର ମୋତେ ଓ ଆମ କ୍ୟାବିନେଟରେ ଥିବା ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି । ହେଲେ ଆମେ ଧର୍ଯ୍ୟର ସହ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଚନ୍ନି କହିଛନ୍ତି ।

 

କହିରଖୁ କି ବୁଧବାର ଦିନ ବେଆଇନ ବାଲି ଖନନ ଓ ଅର୍ଥ ହେରଫେର ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସଂପର୍କୀୟ ଭୂପିନ୍ଦରସିଂ ହନୀ ଓ ତାଙ୍କ ସହଯୋଗୀମାନଙ୍କ ଠିକଣାରେ ଇଡି ଚଢାଉ ଜାରି ରଖିଛି । ମଙ୍ଗଳବାର ଦିନ ଇଡି ୧୦ ଟି ସ୍ଥାନରେ ଚଢାଉ କରିଥିବା ବେଳେ ଜଣଙ୍କ ବାସଭବନରୁ ୬ କୋଟି ନଗଦ ଟଙ୍କା ସହ ଅନେକ କାଗଜପତ୍ର ଜବତ କରିଥିଲା । ଏହାସହ ବୁଧବାର ଦିନ ପୁଣି ୩.୯ କୋଟି ଟଙ୍କା ଜବତ କରିବା ସହ ଅନେକ ସଂପତ୍ତିର କାଗଜପତ୍ର ବି ଜବତ କରିଛି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି କି କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ହାତମୁଠାରେ ରଖି ଭୁଲ କାମରେ ନିୟୋଜିତ କରୁଛି ।