ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଆଜି ହିଟୱେଭ୍ ନେଇ ୧୩ ଜିଲ୍ଲାକୁ ୱାର୍ଣ୍ଣିଂ । 

692

କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ହିଟ୍ୱେଭ ନେଇ ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରୀ  କରିଛି ପାଣିପାଭ ବିଭାଗ । ଗ୍ରୀଷ୍ମ ପ୍ରବାହ ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା. ସମ୍ବଲପୁର, ଦେଓଗଡ଼, ଅନୁଗୁଳୁ, ବୌଦ୍ଧ, ସୋନପୁର, ବଲାଙ୍ଗୀର ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବରଗଡ଼ ଏବଂ ବାଲେଶ୍ୱର ଜିଲ୍ଲାକୁ ହିଟୱେଭ ନେଇ ୟୋଲୋ ୱାର୍ଣ୍ଣିଂ  ଜାରି କରାଯାଇଛି ।

ଆଗାମୀ ୩ ଦିନ ଯାଏଁ ପାଣିପାଗରେ  ବିଶେଷ ପରିବର୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଓଡ଼ିଶାରେ ଏକରୁ ଦୁଇ ଡିଗ୍ରୀ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତା ୬ ତାରିଖ ବେଳକୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି ।