ନିର୍ବାଚନ ପ୍ରଚାରରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ । ଉଦଳା ମଠସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହଟହଟା ।

349

କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ । ଉଦଳା ମଠସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟେନ୍ଦୁ ଜେନା ବିଜେଡିର ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିବା ଅଭିଯୋଗ ହୋଇଥିଲା । ଗତ ୨୯ ତାରିଖରେ ଉଦଳା ଠାରେ ଚାଲିଥିବା ବିଜେଡିର ନିର୍ବାଚନୀ ସଭାରେ ସେ ସାମିଲ ହୋଇଥିଲେ । ଯାହାକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ତଦନ୍ତ ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ।