କେବିସିରେ ଦୌଡରାଣୀ ଦୂତି ଚାନ୍ଦ୍ ! ଆଜି କେବିସିର ହଟସିଟରେ ବିଗ୍ ବିଙ୍କ ସହ ନଜର ଆସିବେ ଦୌଡରାଣୀ ଦୂତି ଚାନ୍ଦ୍

518

ଆଜି ପ୍ରସାରିତ ହେବ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ନେଇ ପ୍ରସ୍ତୁତ କେବସିର ସ୍ୱତନ୍ତ୍ର ଏପିସୋଡ୍ । କୌନ ବନେଗା କରୋଡପତିର କରମବୀର ଏପିସୋଡରେ ଦୂତୀ ଚାନ୍ଦଙ୍କୁ ଦେଖିବାକୁ ମିଳିବ । ତାଙ୍କ ସହ କେବିସି ହଟସିଟରେ ଆସାମ ଆଥଲେଟ୍ ହିମା ଦାସ୍ ଓ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ବି ଦର୍ଶକ ଦେଖିବାକୁ ପାଇବେ ଦର୍ଶକ । କେବିସିରେ ଭାଗ ନେବା ପରେ ଦୂତୀ କହିଛନ୍ତି କେବିସିକୁ ଆସି ତାଙ୍କୁ ବହୁତ ଖୁସି ଲାଗୁଛି । ବଲିଉଡ୍ ବାଦଶାହା ଅମିତାଭ୍ ବଚ୍ଚନଙ୍କ ସହିତ ଦେଖା ହୋଇଛି । ଯାହାଙ୍କୁ ପୂର୍ବରୁ କେବଳ ଟିଭି ପରଦାରେ ଦେଖିଥିଲେ ।

ଅମିତାଭ ବଚ୍ଚନଙ୍କ ସାମ୍ନାରେ ପଡିଥିବା ସିଟକୁ ସମସ୍ତେ ହଟ୍ ସିଟ୍ ବୋଲି କହନ୍ତି । ଏବଂ ସେହି ସିଟରେ ବସିବା ପରେ ତାହା ପ୍ରକୃତରେ ହଟସିଟ୍ ବୋଲି କହିଛନ୍ତି ଦୂତୀ । କାରଣ ଏହି ସିଟରେ ବସିବା ପରେ ତାଙ୍କୁ ବହୁତ ଡର ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି । କେବିସି ପୂର୍ବରୁ ବହୁଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମାଙ୍କ ସୋରେ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ମହିଳା ଆଥେଲେଟ୍ ଦୂତୀ ଚାନ୍ଦ୍ ପ୍ରଥମ ଓଡିଆ ମହିଳା ଭାବେ ସାମଲ ହୋଇଥିଲେ । ଏହି ସୋରେ ପୂର୍ବତନ ହକି ଖେଳାଳି ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁତିଆ ସାମିଲ ହୋଇଥିଲେ ।