ପୂଜା ଭିଡ ଭିତରକୁ ଯାଉଥିଲେ ସାବଧାନ ! ଭକ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା , ଗହଳି ଭିତରେ ହେଉଛି ଲୁଟ୍ 

485

ପୂଜା ଭିଡକୁ ଘାରିଛି ଲୁଟ୍ ଭୟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଦଶହରାରେ ଆସିଛି ଲୁଟର ଖବର । ପୂଜାମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ସହଜରେ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ରାଜଧାନୀର ନୟାପଲ୍ଲୀ ପୂଜା ମଣ୍ଡପରେ ୩ ଜଣ ମହିଳା ହୋଇଛନ୍ତି ଲୁଟର ଶିକାର । ଭିଡ ଭିତରେ ୩ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ଦୁବୃତ । ସିସିଟିଭି ଲାଗିଥିବା ସତ୍ୱେ ୩ ଜଣ ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ସେହିପରି ରାଜଧାନୀର ଷ୍ଟେସନବଜାର ପୂଜାମଣ୍ଡପରେ ଜଣେ ଲୁଟେରା ଧରାପଡିଛି । ମୋବାଇଲ୍ ଲୁଟିବା ବେଳେ ତାକୁ ଧରିଛନ୍ତି ଲୋକେ । ଏମିତିକି ଲୁଟେରାକୁ ଉତମମଧ୍ୟମ ଦେଇଛନ୍ତି ।

 

ସେହିପରି ଦଶହରା ସମୟରେ ଷ୍ଟିଲସିଟି ରଉରକେଲାରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଆଉ ଏମାନଙ୍କ ଟାର୍ଗେଟରେ ରହିଛନ୍ତି ମହିଳା ଭକ୍ତ । ରାଉରକେଲାର ସେକ୍ଟର-୧୬ ପୂଜା ପେଣ୍ଡାଲରେ ଜଣେ ମହିଳାଙ୍କୁ ୫ ଜଣ ମହିଳା ଘେରି ଯାଇ କରିଛନ୍ତି ସୁନା ଚେନ୍ ଲୁଟ୍ । ଲାଗିଥିବା ସିସିଟିଭିରେ  କଏଦ ହୋଇଛି ଦୃଶ୍ୟ ।  ଘଟଣା ଘଟିଛି ଗତକାଲି ରାତି ୮ଟାରୁ ୮ଟା ୩୦ ମଧ୍ୟରେ ।  ଘେରାବନ୍ଦୀ କରି ମହିଳାଙ୍କ ବେକରେ ଥିବା ୫ ଭରି ଓଜନର  ସୁନାହାରକୁ ଝାମ୍ଫି ନେଇ ଫେରାର ହୋଇଯାଇଛନ୍ତି ୫ ମହିଳା ।  ଅଭିଯୋଗ ପରେ ପୋଲିସ ଛାନଭିନ କରିଥିଲେ ବି ଲୁଟେରା ଗ୍ୟାଙ୍ଗକୁ ଠାବ କରିପାରିନାହିଁ ।