ଆଗ ଚିକିତ୍ସା ପରେ ପଇସା: ଆଉ ଚଳିବନି ମେଡିକାଲ କର୍ତ୍ତୃପକ୍ଷଙ୍କ ମନମାନି, ଟଙ୍କା ନାହିଁ ବୋଲି ଚିକିତ୍ସା ପାଇଁ ମନା କରିପାରିବେନି ଡାକ୍ତର, ଜେଲ ଦଣ୍ଡାଦେଶ ସହ ଲାଗିବ ଜରିମାନା

3,242

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ଶିକାର ଅଛନ୍ତି ଆଉ ଚିକିତ୍ସା ପାଇଁ ଆପଣ କୌଣସି ମେଡିକାଲ ବା କ୍ଲିନିକ୍ ଯାଉଛନ୍ତି ତେବେ ଡାକ୍ତରଙ୍କ ଲିଗାଲ ଡ୍ୟୁଟି ହେଲା କି ସେ ଆପଣଙ୍କର ଚିକିତ୍ସା ପୂରା ସତର୍କତାର ସହ କରିବେ । ଯଦି କୌଣସି ଡାକ୍ତର ଆପଣଙ୍କର ଚିକିତ୍ସା କରିବାକୁ ମନା କରିଦିଅନ୍ତି ତେବେ ଆପଣ ଆଇନର ସହାୟତା ନେଇ ତାଙ୍କୁ ମଜା ଚଖାଇପାରିବେ ।

ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ମିଳୁଥିବା ମୌଳିକ ଅଧିକାରରେ ଚିକିତ୍ସା ପାଇବାର ଅଧିକାର ମଧ୍ୟ ସାମିଲ ରହିଛି । ଏକଥା ଆମେ କହୁ ନାହୁଁ ବରଂ ଦେଶର ସର୍ବୋଚ୍ଚ ଅଦାଲତ ଏନେଇ ସୁପ୍ରିମ ରାୟ ଶୁଣାଇଛନ୍ତି ।  ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି କି କୌଣସି ବି ଡାକ୍ତର କିମ୍ବା ମେଡିକାଲ ଗମ୍ଭୀର ରୂପରେ ଆହତ ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ । ଉଭୟ ଡାକ୍ତର ଏବଂ ମେଡିକାଲର ପ୍ରଥମ ତଥା ଲିଗାଲ ଡ୍ୟୁଟି ହେଲା କି ସେମାନେ ଗମ୍ଭୀର ରୂପରେ ଆହତ ତଥା ରୋଗରେ ପୀଡିତ ବ୍ୟକ୍ତିଙ୍କର ଇମରଜେନ୍ସି ମେଡିକାଲ କେୟାର ଉପଲବ୍ଧ କରାଇବେ ।

ସୁପ୍ରିମକୋର୍ଟ କହିଛନ୍ତି କି, ଯଦି ରୋଗୀ ନିକଟରେ ଚିକିତ୍ସା ନିମନ୍ତେ ଅର୍ଥ ନାହିଁ ତେବେ ବି ଡାକ୍ତର ତଥା ମେଡିକାଲ ତାର ଚିକିତ୍ସା କରିବାରେ ମନା କରିପାରିବେ ନାହିଁ କି ପଇସାକୁ ଅପେକ୍ଷା କରି ଚିକିତ୍ସାରେ ବିଳମ୍ବ କରିପାରିବେ ନାହିଁ । ତେବେ ଡାକ୍ତରଙ୍କର ପ୍ରଥମ କର୍ତ୍ତବ୍ୟ ହେଲା କି ରୋଗୀଙ୍କୁ ତତକାଳ ଚିକିତ୍ସା ପ୍ରଦାନ କରିବା । ଯାହାଦ୍ୱାରା ରୋଗୀର ଜୀବନ ବଂଚିଯାଇପାରିବ । ଏହାଛଡା ଇଣ୍ଡିଆନ ମେଡିକାଲ କାଉନସିଲର ପ୍ରୋଫେସନାଲ କଣ୍ଡକ୍ଟ ରେଗୁଲେସନ ଆଧାରରେ ବି ଡାକ୍ତରଙ୍କୁ ରୋଗୀଙ୍କର ଚିକିତ୍ସା କରିବାକୁ ପଡିବ । ଯଦି ସେ କୌଣସି ରୋଗୀର ଚିକିତ୍ସା କରିବାକୁ ମନା କରିଦିଅନ୍ତି ତେବେ ଏହା ପ୍ରୋଫେସନାଲ ମିସକଣ୍ଡକ୍ଟ ବୋଲି ଗ୍ରହଣ କରାଯିବ ଏବଂ ଉକ୍ତ ଡାକ୍ତର ତଥା ମେଡିକାଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦୁଷ୍କର୍ମ ପୀଡିତା ଏବଂ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ରୋଗୀଙ୍କୁ ମାଗଣା ଚିକିତ୍ସା

ଦଣ୍ଡ ପ୍ରକ୍ରିୟା ସଂହିତା ଅର୍ଥାତ୍ ସିଆରପିସିର ଧାରା ୩୫୭ସି ଅନୁସାରେ ଉଭୟ ଡାକ୍ତର ଏବଂ ମେଡିକଙ୍କୁ ଏଡିସ୍ ଆଟାକର ଶିକାର ହୋଇଥିବା ମହିଳା ତଥା ପୁରୁଷଙ୍କର ଇମରଜେନ୍ସିରେ ମାଗଣା ଚିକିତ୍ସା କରାଇବାକୁ ହେବ । ଏହାବ୍ୟତୀତ ଦୁର୍ଷର୍ମ ପୀଡିତାଙ୍କର ଚିକିତ୍ସା କରିବାକୁ ମଧ୍ୟ ଡାକ୍ତର ଏବଂ ମେଡିକାଲ ଆଇନ ଅନୁସାରେ ଚିକିତ୍ସା କରିବାକୁ ବାଧ୍ୟ ଅଟନ୍ତି । କୌଣସି ବି ସରକାରୀ କିମ୍ବା ଘରୋଇ ଡାକ୍ତର ବା ମେଡିକାଲ ଏସିଡ୍ ଆଟାକ୍ ପୀଡିତ ଏବଂ ଦୁଷ୍କର୍ମ ପୀଡିତାଙ୍କ ଆପାତକାଳୀନ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ ।

ଯଦି କୌଣସି ଡାକ୍ତର କିମ୍ବା ମେଡିକାଲ ଏସିଡ୍ ଏବଂ ଦୁଷ୍କର୍ମ ପୀଡିତାଙ୍କ ଆପତକାଳୀନ ସ୍ଥିତିରେ ମାଗଣା ଚିକିତ୍ସା କରାଇବାକୁ ମନା କରିଦିଅନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ତଥା ଆଇପିସିର ଧାରା ୧୬୬ବି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଥି ସହିତ ହିଁ ଉକ୍ତ ଡାକ୍ତରଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିପାରେ ।