ରାଜଧାନୀରେ ଦିବ୍ୟାଙ୍ଗଙ୍କ ମାରାଥନ !

20

କନକ ବ୍ୟୁରୋ : ରାଜଧାନୀରେ ଦିବ୍ୟାଙ୍ଗ ମାରାଥନ୍ । ସ୍ପାଇନାଲ ଇଞ୍ଜୁରୀ ଡେ ଅବସରରେ ନିରତାର ପକ୍ଷରୁ ଆୟୋଜିତ ହୋଇଯାଇଛି ଦିବ୍ୟାଙ୍ଗ ମାରାଥନ୍ । ବିଜୁ ପଟ୍ଟନାୟକ ପାର୍କରୁ ଆରମ୍ଭ ହୋଇ ବିଜେବି କଲେଜ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା । ୩୦ରୁ ୪୦ଜଣ ଦିବ୍ୟାଙ୍ଗ ଏହି ମାରାଥନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପୁଲିସ କମିଶନର ୱାଇ. ବି. ଖୁରାନିଆ, ଭିନ୍ନକ୍ଷମ କମିଶନର ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିଥିଲେ ।