ଭାରତୀୟ ଜିମ୍ନାଷ୍ଟଙ୍କ ଉପରେ ୨୧ମାସର ବ୍ୟାନ : କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ ଦୀପା କର୍ମାକର

164

କନକ ବ୍ୟୁରୋ : ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକରଙ୍କ ଉପରେ ୨୧ମାସର ବ୍ୟାନ । ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ ତାଙ୍କ ଉପରେ ଏହି କଟକଣା ଲଗାଇଛି ଇଂଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଆଇଟିଏ । ଫଳରେ ୨୧ ମାସ ପର୍ଯ୍ୟନ୍ତ ଦୀପା କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ । ରିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପାଙ୍କ ଉପରେ ଡୋପିଂକୁ ନେଇ ଏହି କଟକଣା ଲଗାଇଛି ଆଇଟିଏ ।

ଇଣ୍ଟରନ୍ୟାସନାଲ ଟେଷ୍ଟି ଏଜେନ୍ସି ଏନେଇ ସ୍ପଷ୍ଟ କରିଥିବା ସୂଚନା ମିଳିଛି । ମିିଳିଥିବା ସୂଚନା ଅନୁସାରେ ‘ହିଜେନାମିନ’ ନାମକ ନିଷିଦ୍ଧ ନିଶାର ସେବନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୦୨୧ରେ ‘ହିଜେନାମିନ’କୁ ନିଷିଦ୍ଧ କରାଯାଇଥିଲା । ୨୦୨୧, ଅକ୍ଟୋବର ୧୧ତାରିଖରେ ଦୀପାଙ୍କ ଡୋପିଂ ଟେଷ୍ଟ କରାଯାଇଥିଲା । ଏବଂ ୨୦୨୩ ଜୁଲାଇ ୧୦ତାରିଖ ଯାଏଁ ଏହି ୨୧ମାସର କଟକଣା ବଳବତର ରହିବ ।